ପୋସ୍କୋ ପ୍ରସଙ୍ଗରେ ଆଜି ଦିଲ୍ଲୀରେ ବସିବ ତ୍ରିପାକ୍ଷିକ ବୈଠକ, ଖଣି ନେଇ ସରକାର ଦେଇପାରନ୍ତି ବିକଳ୍ପ

ଭୁବନେଶ୍ୱର: ଓଡ଼ିଶାରେ ପୋସ୍କୋ ୫୨ ହଜାର କୋଟିର ମେଗା ପ୍ରକଳ୍ପ କରିବ ନା ନାହିଁ? ଆସନ୍ତାକାଲି ନୂଆଦିଲ୍ଲୀରେ କେନ୍ଦ୍ର, ରାଜ୍ୟ ଓ ପୋସ୍କୋ ଅଧିକାରୀଙ୍କ ମଧ୍ୟରେ ବସୁଥିବା ବୈଠକରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ। କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ବସୁଥିବା ଏଇ ବୈଠକରେ ପୋସ୍କୋର କ’ଣ ରହିବ ଆଭିମୁଖ୍ୟ ତାକୁ ନେଇ ଏବେ କଳ୍ପନାଜଳ୍ପନା। ଏମ୍ଓୟୁର ୧୦ ବର୍ଷ ପରେ ବି ଅନିଶ୍ଚିତତା ଭିତରେ ଦେଶର ସର୍ବାଧିକ ବିଦେଶୀ ପୁଞ୍ଜିନିବେଶ ହେବାକୁ ଥିବା ପୋସ୍କୋ […]

posco

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 01:50 AM IST

ଭୁବନେଶ୍ୱର: ଓଡ଼ିଶାରେ ପୋସ୍କୋ ୫୨ ହଜାର କୋଟିର ମେଗା ପ୍ରକଳ୍ପ କରିବ ନା ନାହିଁ? ଆସନ୍ତାକାଲି ନୂଆଦିଲ୍ଲୀରେ କେନ୍ଦ୍ର, ରାଜ୍ୟ ଓ ପୋସ୍କୋ ଅଧିକାରୀଙ୍କ ମଧ୍ୟରେ ବସୁଥିବା ବୈଠକରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ। କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ବସୁଥିବା ଏଇ ବୈଠକରେ ପୋସ୍କୋର କ’ଣ ରହିବ ଆଭିମୁଖ୍ୟ ତାକୁ ନେଇ ଏବେ କଳ୍ପନାଜଳ୍ପନା।

ଏମ୍ଓୟୁର ୧୦ ବର୍ଷ ପରେ ବି ଅନିଶ୍ଚିତତା ଭିତରେ ଦେଶର ସର୍ବାଧିକ ବିଦେଶୀ ପୁଞ୍ଜିନିବେଶ ହେବାକୁ ଥିବା ପୋସ୍କୋ ପ୍ରକଳ୍ପ। ସବୁଠାରୁ ବଡ ପ୍ରଶ୍ନ ପୂର୍ବରୁ ଫ୍ରିଜ୍ ଘୋଷଣା କରିଥିବା କମ୍ପାନୀ ଓଡ଼ିଶାରେ ତାରେ ପ୍ରକଳ୍ପ କରିବ ନା ନାହିଁ। ଏ ନେଇ ଆଜି ନୂଆଦିଲ୍ଲୀରେ କେନ୍ଦ୍ର, ରାଜ୍ୟ ଓ ପୋସ୍କୋ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ  ବୈଠକ ବସିବ । କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳ ପତି ଏବଂ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ ଆର୍.କେ.ଶର୍ମା ଯୋଗ ଦେବେ। ତେବେ ଫୋକସରେ ରହିବ ପୋସ୍କୋ ଅଧିକାରୀଙ୍କ ଆଭିମୁଖ୍ୟ।

ଖଣି ପାଇଁ ପୋସ୍କୋକୁ ନିଲାମୀରେ ଭାଗ ନେବାକୁ ପଡିବ ବୋଲି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ଯଦି ଏଥିରେ ପୋସ୍କୋ ରାଜି ହୁଏ ତେବେ ନିଲାମୀର ଫଳାଫଳ ଉପେ ବହୁତ କିଛି ନିର୍ଭର କରିବ। ଏହା ଭିତରେ ଖଣ୍ଡାଧାର ଖଣିର ନିଲାମୀ ପାଇଁ ଏହା ଭିତରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେବେ ଯଦି ନିଲାମୀରେ ସାମିଲ ପାଇଁ ପୋସ୍କୋ ରାଜି ନ ହୁଏ ତେବେ ଓଏମସି ମାଧ୍ୟମରେ ଖଣି ଲିଙ୍କେଜର ପ୍ରସ୍ତାବ ଦେଇପାରନ୍ତି ରାଜ୍ୟ ସରକାର। ତେବେ ଖଣି ଲିଙ୍କେଜରେ ପୋସ୍କୋ ରାଜି ହେବ ନା ନାହିଁ ତାହା ବି ବଡ଼ ପ୍ରଶ୍ନ।

ପୂର୍ବରୁ ଜୁଲାଇ ମାସରେ ଓଡ଼ିଶା ପ୍ରକଳ୍ପକୁ ଫ୍ରିଜ୍ ଘୋଷଣା କରିଥିଲେ ପୋସ୍କୋର ଅଧ୍ୟକ୍ଷ କୋନ୍ ଓ-ଜୁନ୍। ବିଶ୍ୱର ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା। ମାନ୍ଦାବସ୍ଥା ଯୋଗୁଁ କୋରିଆର ପ୍ରମୁଖ ଷ୍ଟିଲ୍ କମ୍ପାନୀ ପୋସ୍କୋ କ୍ଷତି ସହୁଥିବା ପ୍ରକଳ୍ପରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଓଡ଼ିଶାର ଜଗତସିଂହପୁରରେ ପ୍ରସ୍ତାବିତ ପ୍ରକଳ୍ପକୁ ଫ୍ରିଜ୍ କରିବା ଲାଗି ନିଷ୍ପତ୍ତି ହୋଇଥିବା ପୋସ୍କୋ ପକ୍ଷରୁ କୁହାଯାଇଥିଲା। ପୋସ୍କୋ ଫେ।କସରେ ପଶ୍ଚିମ ଭାରତ ବୋଲି ମଧ୍ୟ କୁହାଯାଇଥିଲା।

ତେବେ ଯଦି ଆଜିର ବୈଠକରୁ କୌଣସି ଫଳାଫଳ ନ ବାହାରେ ତେବେ ପୋସ୍କୋ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲିଯିବା ଏକପ୍ରକାର ନିଶ୍ଚିତ। ସେପଟେ ପୋସ୍କୋ ପ୍ରକଳ୍ପ ପାଇଁ ପ୍ରକ୍ରିୟାରେ ବିଳମ୍ୱକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବା ବେଳେ ରାଜ୍ୟ କେନ୍ଦ୍ର ଉପରେ ଦୋଷ ଲଦୁଛି। ବୈଠକ ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ପୋସ୍କୋ ମ୍ପର୍କରେ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Related story