ଆସନ୍ତାକାଲିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନି ବନ୍ଦ; ଇ-ମାର୍କେଟିଂ ଜରିଆରେ ଡାଲି ଆଣିବେ ସରକାର

ଭୁବନେଶ୍ୱର: ଭାଟ୍ ଉଚ୍ଛେଦ ପ୍ରସଙ୍ଗରେ ତିନି ତିନି ଥର ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠାରୁ ଡାଲି ଓ ଗହମ ଜାତୀୟ ସାମଗ୍ରୀର ଆମଦାନି ବନ୍ଦ କରିବ ରାଜ୍ୟ ବ୍ୟବସାୟୀ ମହାସଂଘ। ଏଥିଯୋଗୁଁ ଉପୁଜିବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ତା’ସହିତ ଇ-ମାର୍କେଟିଂ ଜରିଆରେ ଡାଲି ଆମଦାନି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସରକାର ନ୍ୟାସ୍‌ନାଲ୍ ଇ-ମାର୍କେଟିଂ ଲିମିଟେଡ୍ ସହିତ ଆଲୋଚନା କରିବେ […]

sanjay-das-burma

Rakesh Mallick
  • Published: Thursday, 31 March 2016
  • , Updated: 01 April 2016, 02:21 AM IST

[caption id="attachment_76730" align="alignleft" width="150"] ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା[/caption]

ଭୁବନେଶ୍ୱର: ଭାଟ୍ ଉଚ୍ଛେଦ ପ୍ରସଙ୍ଗରେ ତିନି ତିନି ଥର ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠାରୁ ଡାଲି ଓ ଗହମ ଜାତୀୟ ସାମଗ୍ରୀର ଆମଦାନି ବନ୍ଦ କରିବ ରାଜ୍ୟ ବ୍ୟବସାୟୀ ମହାସଂଘ। ଏଥିଯୋଗୁଁ ଉପୁଜିବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ତା’ସହିତ ଇ-ମାର୍କେଟିଂ ଜରିଆରେ ଡାଲି ଆମଦାନି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସରକାର ନ୍ୟାସ୍‌ନାଲ୍ ଇ-ମାର୍କେଟିଂ ଲିମିଟେଡ୍ ସହିତ ଆଲୋଚନା କରିବେ ବୋଲି କହିଛନ୍ତି।

ଆଜି ସଚିବାଳୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଖାଦ୍ୟ ଯୋଗାଣ ପ୍ରମୁଖ ସଚିବଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ସଞ୍ଜୟ ଦାସବର୍ମା କହିଥିଲେ,“ଡାଲିର ବିକଳ୍ପ ଯୋଗାଣ ବ୍ୟବସ୍ଥା କରିବା ପାଇଁ ନ୍ୟାସ୍‌ନାଲ୍ ଇ-ମାର୍କେଟିଂ ଲିମିଟେଡ୍ ସହିତ ଆଲୋଚନା ଆରମ୍ଭ କରାଯିବ।”

ଏହା ସହିତ ଡାଲି ଓ ଗହମଜାତ ସାମଗ୍ରୀର ଆମଦାନୀ ବନ୍ଦ ହେଲେ ଉପୁଜିବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସେ କହିଥିଲେ,“ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିବା ପାଇଁ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏଥିରେ କମର୍ସିଆଲ୍ ଟାକ୍ସ କମିଶନରଙ୍କ ସହିତ ଖାଦ୍ୟ ଯୋଗାଣ ବିଭାଗର ଅନ୍ୟ ଅଧିକାରୀମାନେ ସଦସ୍ୟ ରହିବେ। ସେମାନେ ପ୍ରତିଦିନ ସ୍ଥିତି ଉପରେ ନଜର ରଖିବେ। ସେହିପରି ପ୍ରତିଦିନ ସ୍ଥିତି ଉପରେ ନଜର ରଖି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ତେବେ ସରକାର ଏ ସବୁ ପଦକ୍ଷେପ ନେଇଥିବା ସତ୍ତ୍ୱେ ଖାଦ୍ୟ ଯୋଗାଣ ମନ୍ତ୍ରୀ ପୁଣି ଥରେ ରାଜ୍ୟ ବ୍ୟବସାୟୀ ମହାସଂଘକୁ ପ୍ରସ୍ତାବିତ ଆନ୍ଦୋଳନ ପ୍ରତ୍ୟାହାର କରି ନେବା ପାଇଁ ଅନୁରୋଧ କରିଛନ୍ତି।

ସେ କହିଥିଲେ,“ଆମଦାନି ବନ୍ଦ ନିଷ୍ପତ୍ତିରୁ ଓହରି ଯିବାକୁ ମୁଁ ରାଜ୍ୟ ବ୍ୟବସାୟୀ ମହାସଂଘକୁ ଆଉ ଥରେ ନିବେଦନ କରୁଛି। ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଓ ଖାଉଟିମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେମାନେ ପ୍ରସ୍ତାବିତ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେବେ ବୋଲି ଆମର ଆଶା ରହିଛି। ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶେଷ ହେବା ପରେ ଏ ସଂପର୍କରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।”

ସେ କହିଛନ୍ତି,“ରାଜ୍ୟ ସରକାର ଆଲୋଚନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ରାଜ୍ୟ ବ୍ୟବସାୟୀ ମହାସଂଘର ଏଭଳି ଆନ୍ଦୋଳନ ସ୍ଫୃହଣୀୟ ନୁହେଁ।”

ଆବଶ୍ୟକ ସ୍ଥଳେ ଏସ୍‌ମା ଲାଗୁ କରାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ ଏ ନେଇ ବର୍ତ୍ତମାନ ସୁଦ୍ଧା କିଛି ଚିନ୍ତା କରାଯାଇ ନାହିଁ।

୨୫ଟି ରାଜ୍ୟରେ ଡାଲି ଓ ଗହମଜାତ ସାମଗ୍ରୀ ଉପରେ ଭାଟ୍ ଲାଗୁ ନ ଥିବାରୁ ଓଡ଼ିଶାରେ ମଧ୍ୟ ଭାଟ୍ ଉଚ୍ଛେଦ କରାଯାଉ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଦାବି କରୁଛି। ଡାଲି ଓ ଗହମ ଜାତୀୟ ଖାଦ୍ୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଭାଟ୍ ଲଗାଇ ବାର୍ଷିକ ୧୪,୫୦୦ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ତେବେ ଏକକ ଟିକସ୍ ବ୍ୟବସ୍ଥା ଲାଗୁ ହେଲେ ସରକାର ଏ ବାବଦକୁ ୧୮ ହଜାର କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଯୁକ୍ତି ବାଢ଼ିଛି।

Related story