ପୁରୀ: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

ପୁରୀ: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟାଧୂପ ପରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ। ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣ। ପରେ ଚକ୍ରରାଜ ସୁଦର୍ଶନ ବିଜେ କରିବେ। ତା’ପରେ ବଡ଼ ଠାକୁର ବଳଭଦ୍ର, ପଛରେ ଦେବୀ ସୁଭଦ୍ରା ଆସିବେ। ସବାଶେଷରେ ବିଜେ କରିବେ କାଳିଆ ଠାକୁର। ଆଡ଼ପ ମଣ୍ଡପରେ ବିଜେପରେ କିଛି ଗୁପ୍ତସେବା ଅନୁଷ୍ଠିତ ହେବ। ଆସନ୍ତାକାଲି ଠାରୁ ପୁଣି ମିଳିବ ମହାପ୍ରସାଦ। ଠାକୁରଙ୍କ ଦିନର ସମସ୍ତ […]

gundicha

Rakesh Mallick
  • Published: Monday, 20 July 2015
  • , Updated: 20 July 2015, 01:47 AM IST

ପୁରୀ: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟାଧୂପ ପରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ। ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣ। ପରେ ଚକ୍ରରାଜ ସୁଦର୍ଶନ ବିଜେ କରିବେ। ତା’ପରେ ବଡ଼ ଠାକୁର ବଳଭଦ୍ର, ପଛରେ ଦେବୀ ସୁଭଦ୍ରା ଆସିବେ। ସବାଶେଷରେ ବିଜେ କରିବେ କାଳିଆ ଠାକୁର। ଆଡ଼ପ ମଣ୍ଡପରେ ବିଜେପରେ କିଛି ଗୁପ୍ତସେବା ଅନୁଷ୍ଠିତ ହେବ। ଆସନ୍ତାକାଲି ଠାରୁ ପୁଣି ମିଳିବ ମହାପ୍ରସାଦ। ଠାକୁରଙ୍କ ଦିନର ସମସ୍ତ ନୀତିକାନ୍ତି ରଥ ଉପରେ ସଂପନ୍ନ ହେବ। ସେପଟେ ଶ୍ରଦ୍ଧାଳୁମାନେ ଯେପରି ଗୁଣ୍ଡିଚା ମନ୍ଦିର ନିକଟରେ ତିନି ଠାକୁରଙ୍କୁ ଭଲଭାବେ ଦର୍ଶନ କରିପାରିବେ ସେ ନେଇ ପୋଲିସ୍ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତକାଲି ଶରଧା ବାଲିରେ ଲାଗିଥିଲେ ତିନି ରଥ। ବାଟରେ ରହିଥିବା ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ରଥକୁ ଗତକାଲି ଭକ୍ତମାନେ ଭକ୍ତି ଓ ଆନନ୍ଦ ସହକାରେ ଗୁଣ୍ଡିଚା ମନ୍ଦିର ଯାଏଁ ଟାଣି ନେଇଥିଲେ। ବିଶ୍ୱାସ ରହିଛି ରଥ ଉପରେ ବଡ଼ ଠାକୁରଙ୍କୁ ଦର୍ଶନ କଲେ ଆଉ ପୁର୍ନଜନ୍ମ ଲାଭ ହୁଏନି। ସମସ୍ତ ପାପରୁ ମୁକ୍ତି ମିଳିଥାଏ। ତେଣୁ ଭକ୍ତିପୂର୍ଣ୍ଣ ଭାବରେ ଶ୍ରଦ୍ଧାଳୁମାନେ ରଥ ଉପରେ  କାଳିଆ ଠାକୁରଙ୍କ ଦର୍ଶନ କରୁଛନ୍ତି। ସକାଳୁ ସକାଳୁ ଚଳ ଚଞ୍ଚଳ ହୋଇ ଉଠିଲାଣି ଶରଧାବାଲି। ରଥ ଉପରେ ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ସତେ ଯେମିତି ଆତୁର ହୋଇ ଉଠୁଛି ଭକ୍ତ ମନ।

Related story