ପଣା ପିଇଲେ ତିନି ରଥର ପାର୍ଶ୍ୱ ଦେବଦେବୀ, ଚଣ୍ଡୀ ଚାମୁଣ୍ଡା ଓ ଅଶରୀରି

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଅଧରଣପଣା ନୀତି ସମ୍ପନ୍ନ ହୋଇଛି। ପ୍ରଥମେ ବଡ଼ ଠାକୁର ବଳଦେବ ଓ ପରେ ମା’ ସୁଭଦ୍ରାଙ୍କ ରଥରେ ଅଧରପଣା ନୀତି ହୋଇଥିଲା। ତା’ପରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଧ୍ୟ ଏହି ନୀତି ଶେଷ ହୋଇଛି। ପରମ୍ପରା ଅନୁସାରେ ତିନି ରଥ ଉପରେ ତିନିଟି ଲେଖାଏଁ ତୁମ୍ବ ଆକୃତିକ ମାଟି ହାଣ୍ଡିରେ କ୍ଷୀର, କଦଳୀ, ସାଚି, ଛେନା, ଗୋଲମରିଚ, ଜାଇଫଳ, କର୍ପୂର ଆଦି ଦ୍ରବ୍ୟରେ ସୁବାସିତ ପଣା ପ୍ରସ୍ତୁତ କରାଯାଏ। […]

puri adharapan

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 09:50 PM IST

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଅଧରଣପଣା ନୀତି ସମ୍ପନ୍ନ ହୋଇଛି। ପ୍ରଥମେ ବଡ଼ ଠାକୁର ବଳଦେବ ଓ ପରେ ମା’ ସୁଭଦ୍ରାଙ୍କ ରଥରେ ଅଧରପଣା ନୀତି ହୋଇଥିଲା। ତା’ପରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଧ୍ୟ ଏହି ନୀତି ଶେଷ ହୋଇଛି।

ପରମ୍ପରା ଅନୁସାରେ ତିନି ରଥ ଉପରେ ତିନିଟି ଲେଖାଏଁ ତୁମ୍ବ ଆକୃତିକ ମାଟି ହାଣ୍ଡିରେ କ୍ଷୀର, କଦଳୀ, ସାଚି, ଛେନା, ଗୋଲମରିଚ, ଜାଇଫଳ, କର୍ପୂର ଆଦି ଦ୍ରବ୍ୟରେ ସୁବାସିତ ପଣା ପ୍ରସ୍ତୁତ କରାଯାଏ। ରାଘବ ଦାସ ମଠ, ଓଡ଼ଇା ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପଣା ଭୋଗ ଯୋଗାଇ ଦିଆଯାଏ ପଣାକୁ ପୂଜାପଣ୍ଡାମାନେ ପଞ୍ଚ ଉପଚାର ପୂଜା କରି ଠାକୁରଙ୍କୁ ଅର୍ପଣ କରିଥାନ୍ତି। ପରେ ଏହି ମାଟି ତୁମ୍ବକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥରେ ଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡୀ, ଚାମୁଣ୍ଡା ଏବଂ ଅଶରୀରିମାନଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ଏହି ପଣା ଲାଗି ହୋଇଥାଏ। ପଣା ରହୁଥିବା ମାଟି ତୁମ୍ବଗୁଡ଼ିକ ମହାପ୍ରଭୁଙ୍କ ଅଧର ଉଚ୍ଚତାର ହୋଇଥିବାରୁ ଏହାକୁ ଅଧର ପଣା ନୀତି ବୋଲି କୁହାଯାଏ।

Related story