ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଅନୁଧ୍ୟାନ କରିବାକୁ କମିଟି ଗଠନ କଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି କାମର ଅନୁଧ୍ୟାନ ପାଇଁ ହାଇକୋର୍ଟ ଏକ ଜଣିକିଆ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ଇଞ୍ଜିନିୟର ଏନ୍‌.କେ. ମହାନ୍ତିଙ୍କୁ ଏହି କମିଟିର ଦରୟିତ୍ୱ ଦିଆଯାଇଛି। ଆସନ୍ତା ୨୬ ତାରିଖରେ ସେ ଶ୍ରୀମନ୍ଦିର ପରିଦର୍ଶନ କରି ଜଗମୋହନ ମରାମତି କାମର ଅନୁଧ୍ୟାନ କରିବେ। ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବନ୍ଦ ଲଫାପାରେ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାକୁ କମିଟିକୁ ହାଇକୋର୍ଟ […]

high

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 07:03 PM IST

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି କାମର ଅନୁଧ୍ୟାନ ପାଇଁ ହାଇକୋର୍ଟ ଏକ ଜଣିକିଆ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ଇଞ୍ଜିନିୟର ଏନ୍‌.କେ. ମହାନ୍ତିଙ୍କୁ ଏହି କମିଟିର ଦରୟିତ୍ୱ ଦିଆଯାଇଛି। ଆସନ୍ତା ୨୬ ତାରିଖରେ ସେ ଶ୍ରୀମନ୍ଦିର ପରିଦର୍ଶନ କରି ଜଗମୋହନ ମରାମତି କାମର ଅନୁଧ୍ୟାନ କରିବେ। ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବନ୍ଦ ଲଫାପାରେ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାକୁ କମିଟିକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।

ଜଗମୋହନ ମରାମତି ନେଇ ଏଏସ୍‌ଆଇ କର୍ତ୍ତୃପକ୍ଷ ଦାଖଲ କରିଥିବା ଅଗ୍ରଗତି ରିପୋର୍ଟ ଅନୁଯାୟୀ କାମ ଶେଷ ହୋଇଛି କି ନାହିଁ ସେ ନେଇ କମିଟି ରିପୋର୍ଟ ଦେବ। ଏ ନେଇ ଗଣମାଧ୍ୟମକୁ କୌଣସି ସୂଚନା ନ ଦେବାକୁ ହାଇକୋର୍ଟ କମିଟିକୁ କହିଛନ୍ତି। ଅନ୍ୟପକ୍ଷରେ ଏଏସ୍‌ଆଇ ପ୍ରୋଗ୍ରେସିଭ୍‌ ରିପୋର୍ଟ ଦାଖଲ କରିଛି।

ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତି ଣୁଣାଣି କରାଯିବ।

Related story