ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ଆଜି ବସିବ ଆଇଏଏସ୍‌ ଅଫିସର ସଂଘର ବୈଠକ

ଭୁବନେଶ୍ୱର: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ଅବସରରେ ପୁରୀ  ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ଘଟଣାକୁ ଅମଲା ସଂଘ  ଅସନ୍ତୋଷ ପ୍ରକାଶ କରିଛି। ଗତକାଲି ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ଓଡ଼ିଶା ଆଇଏଏସ୍‌ ଅଫିସର ସଂଘ ପକ୍ଷରୁ ଆଜି ଏକ ବୈଠକ ଡକାଯାଇଛି। ଏହି ବୈଠକରେ ଆଲୋଚନା ସମ୍ପର୍କରେ  ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବାକୁ ନିଷ୍ପତ୍ତି ହୋଇଛି।  ନୀଳାଦ୍ରିବିଜେ ବେଳେ ତିନି […]

puri

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 08:28 AM IST

ଭୁବନେଶ୍ୱର: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ଅବସରରେ ପୁରୀ  ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ଘଟଣାକୁ ଅମଲା ସଂଘ  ଅସନ୍ତୋଷ ପ୍ରକାଶ କରିଛି। ଗତକାଲି ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ଓଡ଼ିଶା ଆଇଏଏସ୍‌ ଅଫିସର ସଂଘ ପକ୍ଷରୁ ଆଜି ଏକ ବୈଠକ ଡକାଯାଇଛି। ଏହି ବୈଠକରେ ଆଲୋଚନା ସମ୍ପର୍କରେ  ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବାକୁ ନିଷ୍ପତ୍ତି ହୋଇଛି।

 ନୀଳାଦ୍ରିବିଜେ ବେଳେ ତିନି ରଥ ଉପରେ ମହିଳା ଭକ୍ତଙ୍କୁ ବାରଣ କରିବାରୁ କିଛି ନିର୍ଦ୍ଦିଷ୍ଟ ସେବାୟତ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରିକି ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

Related story