ସ୍ନାନବେଦୀରେ ମହାପ୍ରଭୁ; ଗଜବେଶ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ

ପୁରୀ: ଶ୍ରୀକ୍ଷେତ୍ରର ସ୍ନାନବେଦିରେ ମହାପ୍ରଭୁ। ଧାରଣ କରିଛନ୍ତି ଗଜବେଶ। ମହାପ୍ରଭୁଙ୍କ ଏହି ମନଲୋଭା ବେଶ ଦେଖିବାକୁ ଶ୍ରଦ୍ଧାଳୁ ବ୍ୟାକୁଳ। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆବେଗ ଭରା ନୟନରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। କିଏ ହାତ ଟେକି ‘ହେ- ମହାବାହୁ’ ବୋଲି ଡାକୁଛି ତ ଆଉ କିଏ ନିମଗ୍ନ ଚିତ୍ତରେ ମହାପ୍ରଭୁଙ୍କୁ ଅନାଇ ରହିଛନ୍ତି। ପରମ୍ପରା ଅନୁସାରେ ଗଜବେଶ ପାଇଁ ଶ୍ରୀ ବଳଦେବଙ୍କୁ ଗୋପାଳ ତୀର୍ଥ ମଠ ଓ ଅନ୍ୟମାନଙ୍କ ବେଶ ପାଇଁ ରାଘବ ଦାସ ମଠ ସାମଗ୍ରୀ ଯୋଗାଇଥାନ୍ତି। […]

gaja besa

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 06:08 PM IST

ପୁରୀ: ଶ୍ରୀକ୍ଷେତ୍ରର ସ୍ନାନବେଦିରେ ମହାପ୍ରଭୁ। ଧାରଣ କରିଛନ୍ତି ଗଜବେଶ। ମହାପ୍ରଭୁଙ୍କ ଏହି ମନଲୋଭା ବେଶ ଦେଖିବାକୁ ଶ୍ରଦ୍ଧାଳୁ ବ୍ୟାକୁଳ। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆବେଗ ଭରା ନୟନରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। କିଏ ହାତ ଟେକି ‘ହେ- ମହାବାହୁ’ ବୋଲି ଡାକୁଛି ତ ଆଉ କିଏ ନିମଗ୍ନ ଚିତ୍ତରେ ମହାପ୍ରଭୁଙ୍କୁ ଅନାଇ ରହିଛନ୍ତି।

ପରମ୍ପରା ଅନୁସାରେ ଗଜବେଶ ପାଇଁ ଶ୍ରୀ ବଳଦେବଙ୍କୁ ଗୋପାଳ ତୀର୍ଥ ମଠ ଓ ଅନ୍ୟମାନଙ୍କ ବେଶ ପାଇଁ ରାଘବ ଦାସ ମଠ ସାମଗ୍ରୀ ଯୋଗାଇଥାନ୍ତି। ପରେ ସ୍ନାନ ବେଦିକୁ ଆସିଥିଲେ ତିନି ଠାକୁର। ସେଠାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ୩୫ ଗରା ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ୩୩ ଗରା ଜଳରେ ବଡ଼ ଠାକୁର ବଳଭଦ୍ର ସ୍ନାନ କରିଛନ୍ତି। ୨୨ ଗରା ଜଳରେ ଦେବୀ ସୁଭଦ୍ରା ଓ ୧୮ ଗରା ଜଳରେ ପ୍ରଭୁ ସୁଦର୍ଶନ ସ୍ନାନ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related story