ପୁରୀ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟର ପ୍ରାୟ ଅଧାଘଣ୍ଟା ପୂର୍ବରୁ ବେଶ ସୁରୁଖୁରୁରେ ରଥାରୂଢ଼ ହୋଇଛନ୍ତି ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ। ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପହଣ୍ଡି ବିଜେ ଚାଲିବ ବୋଲି ନିର୍ଦ୍ଧାରିତ କରାଯାଇଥିବା ବେଳେ ତା’ପୂର୍ବରୁ ଏହି କାର୍ଯ୍ୟ ସଂପନ୍ନ ହୋଇଯାଇଛି। ଆଜି ସକାଳୁ ଏଯାବତ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ସୁରୁଖୁରୁରେ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ […]

jaggannath

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 01:59 PM IST

ପୁରୀ: ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟର ପ୍ରାୟ ଅଧାଘଣ୍ଟା ପୂର୍ବରୁ ବେଶ ସୁରୁଖୁରୁରେ ରଥାରୂଢ଼ ହୋଇଛନ୍ତି ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ। ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପହଣ୍ଡି ବିଜେ ଚାଲିବ ବୋଲି ନିର୍ଦ୍ଧାରିତ କରାଯାଇଥିବା ବେଳେ ତା’ପୂର୍ବରୁ ଏହି କାର୍ଯ୍ୟ ସଂପନ୍ନ ହୋଇଯାଇଛି। ଆଜି ସକାଳୁ ଏଯାବତ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ସୁରୁଖୁରୁରେ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି।


ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହମାନଙ୍କ ରୀତିକାନ୍ତି। ସକାଳ ୬ଟାରେ ମଙ୍ଗଳ ଆଳିତରୁ ଏହା ଆରମ୍ଭ ହୋଇଥିଲା। ତା’ପରେ ମଇଲମ, ତଡ଼ପଲାଗି ଓ ରୋଷହୋମ ନୀତି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ, ଗୋପାଳବଲ୍ଲଭ, ସକାଳ ଧୂପ ଓ ଖେଚୁଡ଼ି ଭୋଗ ଲାଗି ହେବା ପରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ କାର୍ଯ୍ୟ ସଂପନ୍ନ ହୋଇଥିଲା। ତା’ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି ବିଜେରେ ଅଣାଯାଇ ମା’ସୁଭାଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ଏହା ପରେ ଶ୍ରୀବଳଭଦ୍ରଙ୍କୁ ପହଣ୍ଡିରେ ଅଣାଯାଇ ତାଳଧ୍ୱଜ ରଥରେ ବିଜେ କରାଯାଇଥିଲା। ତା’ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଥିଲେ।

 ଏହା ପରେ ମଦନମୋହନଙ୍କୁ ରଥକୁ ବିଜେ କରାଯାଇଥିଲା। ଏହା ପରେ ଚିତାଲାଗି ନୀତି ସଂପନ୍ନ ହୋଇଥିଲା। ଏହା ପରେ ପୂର୍ବନିଦ୍ଧାରୀତ କାର୍ଯ୍ୟକ୍ରମ ଅନୁଯାୟୀ ଦିନ ଗୋଟାଏରୁ ୨ଟା ମଧ୍ୟରେ ଠାକୁରଙ୍କ ବେଶ ସରିବ। ଅପରାହ୍ମ ୨ଟାରୁ ୩ଟା ମଧ୍ୟରେ ରଥରେ ଗଜପତି ମହାରାଜା ଛେରା ପହଁରା କରିବେ। ଦିନ ଅଢେ଼ଇଟାରୁ ସାଢେ଼ ୩ଟା ମଧ୍ୟରେ ଚାରମାଳ ଫିଟାଯାଇ ରଥରେ ଘୋଡ଼ା ଯୋଚା ଏହଂ ସାରଥୀ ଲାଗି ହେବ। ଅପରାହ୍ନ ସାଢେ ୩ ଟାରେ ହେବ ରଥଟଣା। ରଥଟଣା ଶେଷ ହେବା ପରେ ଅନ୍ୟ ନୀତି ରଥ ଉପରେ ହିଁ ସଂପନ୍ନ କରାଯିବ। ତେବେ ନୀତିକାନ୍ତି ନିର୍ଦ୍ଧାରୀତ ସମୟ ଠାରୁ ଶୀଘ୍ର ଚାଲିଥିବା ଯୋଗୁ ଏହି ସବୁ କାର୍ଯ୍ୟଗୁଡ଼ିକ ବି ଶ୍ରୀଘ୍ର ସଂପନ୍ନ ହେବ ବୋଲି ଆଶା କରାଯାଉଛି।

ନବକଳେବର ରଥଯାତ୍ରା ଦେଖିବା ପାଇଁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ ଜମିଛି।

Related story