ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ନୂଆ ବର୍ଷର ନୂଆ ସକାଳ। ଇଂରାଜୀ ନବବର୍ଷ ୨୦୧୭କୁ ସ୍ୱାଗତ କରିଛି ସାରା ବିଶ୍ୱ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା। ରାତି ତମାମ୍ ଜିରୋ ନାଇଟ୍ ସେଲିବ୍ରେସନ୍‌ ପରେ ଆଜି ନୂଆ ବର୍ଷ ପାଳନ ଲାଗି ସବୁଠି ଉତ୍ସବ ମୁଖର ପରିବେଶ। ନୂଆ ବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ମଧ୍ୟରାତ୍ରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ରାତି ଗୋଟାଏରୁ ଶ୍ରୀମନ୍ଦିରର ପହଡ଼ ଖୋଲିଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ […]

puri

Rakesh Mallick
  • Published: Sunday, 01 January 2017
  • , Updated: 01 January 2017, 08:23 PM IST

ଭୁବନେଶ୍ୱର: ନୂଆ ବର୍ଷର ନୂଆ ସକାଳ। ଇଂରାଜୀ ନବବର୍ଷ ୨୦୧୭କୁ ସ୍ୱାଗତ କରିଛି ସାରା ବିଶ୍ୱ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା। ରାତି ତମାମ୍ ଜିରୋ ନାଇଟ୍ ସେଲିବ୍ରେସନ୍‌ ପରେ ଆଜି ନୂଆ ବର୍ଷ ପାଳନ ଲାଗି ସବୁଠି ଉତ୍ସବ ମୁଖର ପରିବେଶ। ନୂଆ ବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ମଧ୍ୟରାତ୍ରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ରାତି ଗୋଟାଏରୁ ଶ୍ରୀମନ୍ଦିରର ପହଡ଼ ଖୋଲିଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ପୁରୀ ବେଳାଭୂମିରେ ସ୍ନାନ କରିବା ସହ ଜଗନ୍ନାଥଙ୍କ ଦର୍ଶନ କରି ଲୋକେ ନୂଆବର୍ଷର ଶୁଭାରମ୍ଭ କରିଛନ୍ତି।

ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିବା ବେଳେ ଅର୍କକ୍ଷେତ୍ର କୋଣାର୍କ ଓ ଚନ୍ଦ୍ରଭାଗାରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିବା ଲାଗି ବେଶ ଭିଡ଼ ଜମି ଥିଲା।

ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ବର୍ଷ ଆରମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ଭାଗରୁ ହଜାର ହଜାର ଦର୍ଶକ ଆସି ମା’ଙ୍କ ଆଶିସ ନେଇଥିଲେ।

Related story