ନୀଳାଦ୍ରିବିଜେ ବିଶୃଙ୍ଖଳା: ଗିରଫଦାରୀ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ୩ ସେବାୟତ

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳାର ମୁଖ୍ୟ ନାୟକଙ୍କୁ ଏବେ ଗିରଫଦାରୀ ଭୟ। ପୋଲିସର ସତର୍କବାଣୀ ପରେ ଭୟଭୀତ ହୋଇପଡିଥିବା ୩ ସେବାୟତ ଦାମୋଦର ମହାସୁଆର, ତାଙ୍କ ଭାଇ ଜୟକୃଷ୍ଣ ମହାସୁଆର ଏବଂ ହରିନାରାୟଣ ଖୁଣ୍ଟିଆ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ସେବାୟତମାନେ ଧରା ନ ଦେଲେ ସେମାନଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି କରାଯିବ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଗତକାଲି ପୋଲିସ କହିଥିଲା। ଆଜି ପୋଲିସ ଚେତାବନୀର ଡେଡଲାଇନ୍‌ ସରୁଥିବା […]

surya narayan partihari

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 10:33 PM IST

[caption id="attachment_93006" align="alignleft" width="300"] ସୂର୍ଯ୍ୟନାରାୟଣ ପ୍ରତିହାରୀ[/caption]

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳାର ମୁଖ୍ୟ ନାୟକଙ୍କୁ ଏବେ ଗିରଫଦାରୀ ଭୟ। ପୋଲିସର ସତର୍କବାଣୀ ପରେ ଭୟଭୀତ ହୋଇପଡିଥିବା ୩ ସେବାୟତ ଦାମୋଦର ମହାସୁଆର, ତାଙ୍କ ଭାଇ ଜୟକୃଷ୍ଣ ମହାସୁଆର ଏବଂ ହରିନାରାୟଣ ଖୁଣ୍ଟିଆ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୁକ୍ତ ସେବାୟତମାନେ ଧରା ନ ଦେଲେ ସେମାନଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି କରାଯିବ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଗତକାଲି ପୋଲିସ କହିଥିଲା। ଆଜି ପୋଲିସ ଚେତାବନୀର ଡେଡଲାଇନ୍‌ ସରୁଥିବା ବେଳେ ଏହି ସେବାୟତମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ନୀଳାଦ୍ରିବିଜେ ବେଳେ ପୁରୀ ଜିଲ୍ଲାପାଳଙ୍କ ସହିତ ଦୁର୍ବ୍ୟବହାର କରିବା ଅଭିଯୋଗରେ ଆଜି ଦୁଇ ଜଣ ସେବାୟତଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ୍। ସେମାନେ ହେଲେ ସୂର୍ଯ୍ୟନାରାୟଣ ପ୍ରତିହାରୀ (ବାବିନା) ଓ ରଘୁନାଥ ଖୁଣ୍ଟିଆ। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।

ଷଡ଼ଙ୍ଗୀ କହିଛନ୍ତି, “ଆମେ ଗୋଟିଏ ଦିନ ଅପେକ୍ଷା କରିଛୁ। ଆସନ୍ତାକାଲି ସେମାନଙ୍କ ଗିରଫ ଲାଗି ସର୍ଚ୍ଚ ୱାରେଣ୍ଟ ଜାରି କରିବାକୁ କୋର୍ଟରେ ଅପିଲ କରିବୁ। ଏହାସହ ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି ଲାଗି ସିଆରପିସି ଧାରା ୮୨, ୮୩ ଲଗାଇବୁ।”

ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଙଟଣା ସିସିଟିଭି ଦୃଶ୍ୟ ଯାଞ୍ଚ କରାଯାଇଥିଲା। ଏଥିରେ ୧୫ ଜଣ ସେବାୟତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇସାରିଛନ୍ତି। ଏହି ଦୁଇ ଜଣଙ୍କ ନାଁରେ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ମାମଲା ରୁଜୁ କରାଯିବ।

ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୋଲିସ୍ ଏବେ ସୁଦ୍ଧା ମୋଟ ୭ ଜଣ ସେବାୟତଙ୍କୁ ଗିରଫ କରି ସାରିଲାଣି।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁରୀ ପୋଲିସ୍ ମୋଟ ୬ ଜଣ ସେବାୟତଙ୍କୁ ଗିରଫ କରିଛି। ସେମାନଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସେହିପରି ନୀଳାଦ୍ରିବିଜେ ଦିନ ଅନୁମତି ପାଇ ନ ଥିବା ଲୋକଙ୍କୁ ରଥରେ ଚଢ଼ାଇବା ଓ ଜିଲ୍ଲାପାଳଙ୍କ ସହିତ ଯୁକ୍ତିତର୍କ ଓ ପାଟିତୁଣ୍ଡ କରିବା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ୯ ଜଣ ସେବାୟତଙ୍କୁ ନିଲମ୍ବନ କରିଛି। ସେମାନଙ୍କ ମଧ୍ୟରୁ ୬ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ଦାମୋଦର ମହାସୁଆର। ସେ ହିଁ ତାଙ୍କ ଝିଅଙ୍କୁ ତାଳଧ୍ୱଜ ରଥ ଉପରକୁ ଚଢ଼ାଇଥିଲେ।

ନୀଳାଦ୍ରିବିଜେ ନୀତି ବେଳେ ରଥ ଉପରେ ଯୁବତୀ ଚଢିବା ଘଟଣା ନେଇ ୩ ସେବାୟତଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିବା ସେବାୟତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗତକାଲି ପୁରୀ ଜିଲ୍ଲା ଅଫିସର୍ସ ସଂଘ ପକ୍ଷରୁ ଏସ୍‌ପିଙ୍କ ନିକଟରେ ଦାବି କରାଯାଇଥିଲା। ସେହିପରି ରାଜ୍ୟ ଆଇଏଏସ୍ ସଂଘ ମଧ୍ୟ ଏ ଘଟଣାକୁ ନିନ୍ଦା କରିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଜିଲ୍ଲାପଳଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ପୁରୀ ଅଣ ଗେଜେଟେଡ କର୍ମଚାରୀ ସଂଘ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂଘ ପକ୍ଷରୁ ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି।

Related story