ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଆଜି ପବିତ୍ର ଅଁଳା ନବମୀ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ଓଡ଼ିଆଣି ବେଶ ସାଙ୍ଗକୁ ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ବ୍ୟାରିକେଡ଼୍‌ରେ ଭକ୍ତମାନେ ଧାଡ଼ିରେ ଯାଇ ରାଧାଙ୍କ ପାଦ ଦର୍ଶନ କରୁଛନ୍ତି। ରାତି ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହି ଦୁର୍ଲଭ ଦର୍ଶନ କରି ପାରିବେ। ଠାକୁରଙ୍କ ରୀତିନୀତି ସରିବା ପରେ ସକାଳ ୬ଟାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇଥିଲା। ପାଦ ଦର୍ଶନ ପରେ ଭକ୍ତମାନେ ଉତ୍ତର ଦ୍ୱାର […]

radhapada

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 10:14 AM IST

ପୁରୀ: ଆଜି ପବିତ୍ର ଅଁଳା ନବମୀ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ଓଡ଼ିଆଣି ବେଶ ସାଙ୍ଗକୁ ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ବ୍ୟାରିକେଡ଼୍‌ରେ ଭକ୍ତମାନେ ଧାଡ଼ିରେ ଯାଇ ରାଧାଙ୍କ ପାଦ ଦର୍ଶନ କରୁଛନ୍ତି। ରାତି ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହି ଦୁର୍ଲଭ ଦର୍ଶନ କରି ପାରିବେ।

ଠାକୁରଙ୍କ ରୀତିନୀତି ସରିବା ପରେ ସକାଳ ୬ଟାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇଥିଲା। ପାଦ ଦର୍ଶନ ପରେ ଭକ୍ତମାନେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଯାନବାହନ ଚଳାଚଳ ଓ ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥାପିତ କରାଯାଇଛି।

ପବିତ୍ର କାର୍ତ୍ତିକ ମାସରେ ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହେଉଥିବା ଏହି ବେଶ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Related story