ଭାରତ-ଚୀନ ବିବାଦ: ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ ,କଂଗ୍ରେସ କହିଲା ସବୁ ମିଛ

ନୂଆଦିଲ୍ଲୀ:ବିବାଦ ଘେରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ଏବେ ସିକିମ ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସନ୍ଦେହଜନ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଦିଲ୍ଲୀରେ ଥିବା ଚୀନ ରାଷ୍ଟ୍ରଦୂତ ଲାଓ ଝାଓହୁଇଙ୍କୁ ଭେଟି ଥିବା ଅଭିଯୋଗ ହୋଇଛି। ଗତକାଲି ଚୀନ ଦୂତାବାସ ପକ୍ଷରୁ ସେମାନଙ୍କ ୱେବସାଇଟରେ ଏମିତି କିଛି ତଥ୍ୟ ପୋଷ୍ଟ କରାଯାଇଥିଲା। ଏଥିରେ ଚୀନ ଦୂତାବାସର ପ୍ରତିନିଧି ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା  ହୋଇଥିବା ସମ୍ପର୍କରେ […]

Rahul Gandhi at a press conference

Rakesh Mallick
  • Published: Monday, 10 July 2017
  • , Updated: 11 July 2017, 03:19 PM IST

ନୂଆଦିଲ୍ଲୀ:ବିବାଦ ଘେରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ଏବେ ସିକିମ ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସନ୍ଦେହଜନ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଦିଲ୍ଲୀରେ ଥିବା ଚୀନ ରାଷ୍ଟ୍ରଦୂତ ଲାଓ ଝାଓହୁଇଙ୍କୁ ଭେଟି ଥିବା ଅଭିଯୋଗ ହୋଇଛି। ଗତକାଲି ଚୀନ ଦୂତାବାସ ପକ୍ଷରୁ ସେମାନଙ୍କ ୱେବସାଇଟରେ ଏମିତି କିଛି ତଥ୍ୟ ପୋଷ୍ଟ କରାଯାଇଥିଲା। ଏଥିରେ ଚୀନ ଦୂତାବାସର ପ୍ରତିନିଧି ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା  ହୋଇଥିବା ସମ୍ପର୍କରେ ଏକ ତଥ୍ୟ ପୋଷ୍ଟ କରାଯାଇଥିଲେ ମଧ୍ୟ ପରେ ଏହାକୁ ଡିଲିଟ କରାଯାଇଥିଲା। ସେପଟେ ଏହି ଅଭିଯୋଗକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। କେତେକ ଗଣମାଧ୍ୟମ ଏ ସମ୍ପର୍କରେ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି କଂଗ୍ରେସର ମୁଖପାତ୍ର ରନ୍ଦିପ ସିଂ ଟ୍ୱିଟ୍‌ କରି ଜଣାଇଛନ୍ତି। ଗତ ଶୁକ୍ରବାର ରାହୁଲ ଗାନ୍ଧୀ  ଟ୍ୱିଟ୍‌ କରି ସିକିମ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରବ ରହିଥିବା ଟ୍ୱିଟ କରିଥିଲେ।

Related story