୭ଟି ଜିଲ୍ଲାକୁ ରେଳପଥ ସଂଯୋଗ ପ୍ରସଙ୍ଗ: ଏସପିଭି ଗଠନ ନେଇ ଆଜି ରେଳମନ୍ତ୍ରାଳୟ ସହ ଏମ୍ଓୟୁ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରେଳପଥ ନଥିବା ଜିଲ୍ଲାରେ ରେଳଲାଇନ କରିବା ପାଇଁ ଆଜି ରେଳମନ୍ତ୍ରାଳୟ ସହ ସ୍ପେଶାଲ୍ ପ୍ରପୋଜ୍ ଭେଇକିଲ୍ ବା ଏସପିଭି ଗଠନ ନେଇ ଏମ୍ଓୟୁ କରିବେ ରାଜ୍ୟ ସରକାର। ଏଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ରେଳୱେର ୪୯ ପ୍ରତିଶତ ଅଂଶଧନ ରହିବ। ରେଳ ଲାଇନ ନଥିବା ରାଜ୍ୟର ୭ଟି ଜିଲ୍ଲାରେ ରେଳପଥର ବିକାଶ ପାଇଁ ଏହି ଏସପିଭି ଅନୁସାରେ କାର୍ଯ୍ୟକ୍ରମ କରାଯିବ। ଏଥିରେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥକୁ ପ୍ରାଥମିକତା ଦିଆଯିବ ବୋଲି ପରିବହନ ମନ୍ତ୍ରୀ […]

rali

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 05:49 AM IST

ଭୁବନେଶ୍ୱର: ରେଳପଥ ନଥିବା ଜିଲ୍ଲାରେ ରେଳଲାଇନ କରିବା ପାଇଁ ଆଜି ରେଳମନ୍ତ୍ରାଳୟ ସହ ସ୍ପେଶାଲ୍ ପ୍ରପୋଜ୍ ଭେଇକିଲ୍ ବା ଏସପିଭି ଗଠନ ନେଇ ଏମ୍ଓୟୁ କରିବେ ରାଜ୍ୟ ସରକାର। ଏଥିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ରେଳୱେର ୪୯ ପ୍ରତିଶତ ଅଂଶଧନ ରହିବ। ରେଳ ଲାଇନ ନଥିବା ରାଜ୍ୟର ୭ଟି ଜିଲ୍ଲାରେ ରେଳପଥର ବିକାଶ ପାଇଁ ଏହି ଏସପିଭି ଅନୁସାରେ କାର୍ଯ୍ୟକ୍ରମ କରାଯିବ। ଏଥିରେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥକୁ ପ୍ରାଥମିକତା ଦିଆଯିବ ବୋଲି ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି। ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଦେବଗଡ, ବୌଦ୍ଧ, କେନ୍ଦ୍ରାପଡା ଜିଲ୍ଲାରେ ରେଳପଥ ନଥିବାରୁ ଏସବୁ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଏସପିଭି ଗଠନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

Related story