ରାଜା ଆଚାର୍ଯ୍ୟଙ୍କୁ ଜାମିନ ମାମଲା: ସୁରକ୍ଷା ମାଗିଲେ ବିରଞ୍ଚିଙ୍କ ପତ୍ନୀ, ଅଭିନେତ୍ରୀ ଲେସଲି ଓ ବିଦୁସ୍ମିତା

ଭୁବନେଶ୍ୱର: ଜେଲରୁ ବାହାରିବେ ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ରାଜାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜାକୁ ବେଲ ପରେ ବିରଞ୍ଚି ହତ୍ୟା ମାମଲାରେ ସାକ୍ଷୀ ଦେଇଥିବା ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳି ପଣ୍ଡା, ଅଭିନେତ୍ରୀ ଲେସଲି ତ୍ରିପାଠୀ, ବିଦୁସ୍ମିତା ବିଚଳିତ ଭୟଭୀତ ହୋଇପଡ଼ିଛନ୍ତି। ଜୀବନ ପ୍ରତି ବିପଦ ରହିଥିବାରୁ ଯଥାଶୀଘ୍ର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ୨୦୦୮ ଏପ୍ରିଲ ୧୩ ତାରିଖରେ ବିରଞ୍ଚି ଦାଶ […]

rajaacharya

Rakesh Mallick
  • Published: Saturday, 11 March 2017
  • , Updated: 11 March 2017, 06:56 PM IST

ଭୁବନେଶ୍ୱର: ଜେଲରୁ ବାହାରିବେ ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ରାଜାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜାକୁ ବେଲ ପରେ ବିରଞ୍ଚି ହତ୍ୟା ମାମଲାରେ ସାକ୍ଷୀ ଦେଇଥିବା ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳି ପଣ୍ଡା, ଅଭିନେତ୍ରୀ ଲେସଲି ତ୍ରିପାଠୀ, ବିଦୁସ୍ମିତା ବିଚଳିତ ଭୟଭୀତ ହୋଇପଡ଼ିଛନ୍ତି। ଜୀବନ ପ୍ରତି ବିପଦ ରହିଥିବାରୁ ଯଥାଶୀଘ୍ର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

୨୦୦୮ ଏପ୍ରିଲ ୧୩ ତାରିଖରେ ବିରଞ୍ଚି ଦାଶ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗ୍ୟାଙ୍ଗଷ୍ଟର ରାଜା। ଏହି ମାମଲାରେ ପ୍ରାୟ ୯ ବର୍ଷ ଧରି ଆଜୀବନ ସଜା କାଟିବା ପରେ ଜେଲରୁ ବାହାରିବେ ରାଜା। ଏହି ଖବର ପ୍ରଚାରିତ ହେବା ପରେ ସାକ୍ଷୀମାନେ ଭୟଭୀତ ହୋଇପଡ଼ିଛନ୍ତି।

ଗୀତାଞ୍ଜଳି କହିଛନ୍ତି,“ଦୁଇ ମାସ ତଳେ ମୋର ଓ ଜୁଡୋ ହଲରୁ ସୁରକ୍ଷା ବ୍ୟବସ୍ଥା ହଟା ଯାଇଥିଲା। ଭାବିଥିଲି ରାଜା ଜେଲ୍‌ରେ ଅଛି କିଛି ଅସୁବିଧା ହେବନାହିଁ। ତେବେ ରାଜା ଆଚାର୍ଯ୍ୟଙ୍କୁ ଜାମିନ ମିଳିବା ପରେ ମୁଁ ନିଜକୁ ଅସୁରକ୍ଷିତ ମନେ ମଣୁଛି। ଏହାଛଡ଼ା ଏହି ମାମଲାରେ ଯେଉଁମାନେ ସାକ୍ଷୀ ଦେଇଥିଲେ ସେମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି।”

ସେ କହିଛନ୍ତି,“ଜଣେ ଲୋକ ସମସ୍ତଙ୍କ ଆଖି ଆଗରେ ମାରିଦେଲା। ଜିଲ୍ଲା ଦୌରାଜଜ ତାଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟରେ କେମିତି ଜାମିନ ଦେଲ ତାହା ଆଶ୍ଚର୍ଯ୍ୟ ଚକିତ କରିଛି।”

ଭିନେତ୍ରୀ ବିଦୁସ୍ମିତା କହିଛନ୍ତି,“ରାଜା ଆଚାର୍ଯ୍ୟଙ୍କୁ ଜାମିନ ମିଳିବା ପରେ ମୋ’ ପରିବାର ଅସୁରକ୍ଷିତ ମନେ କରୁଛି। ମାମଲାର ତଦନ୍ତ ବେଳେ ଆମେ ପୋଲିସକୁ ସହଯୋଗ କରିଥିଲୁ। ଭାବୁଛି ପୋଲିସ ମଧ୍ୟ ଆମକୁ ସୁରକ୍ଷା ଯୋଗାଇଦେବ। ତେବେ ଜାଣିପାରୁନି ସୁପ୍ରିମକୋର୍ଟ କେଉଁ ଆଧାରରେ ତାଙ୍କୁ ଜାମିନ ଦେବେ?”

ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି,“ସୁପ୍ରିମକୋର୍ଟଙ୍କ ଜାମିନ୍‌ ଅର୍ଡରକୁ ଅପେକ୍ଷା କରାଯାଇଛି। ଅର୍ଡର ମିଳିବା ପରେ ତର୍ଜମା କରି ପଦକ୍ଷେପ ନିଆଯିବ। ଏଥିପାଇଁ କେହି ଭୟଭୀତ ହେବାର ଆବଶ୍ୟକ ନାହିଁ। ଯଦି କେହି ନିଜକୁ ଅସୁରକ୍ଷିତ ମଣୁଛନ୍ତି ସେମାନେ ପୋଲିସ ପାଖରେ ଅଭିଯୋଗ କଲେ ସୁରକ୍ଷା ଯୋଗାଇ ଦିଆଯିବ।”

Related story