ରାଜନୈତିକ ଦଳଙ୍କୁ ଏଣିକି ସର୍ବାଧିକ ଦାନ ୨୦୦୦ ଟଙ୍କା

ନୂଆଦିଲ୍ଲୀ: ରାଜନୈତିକ ଦଳଙ୍କୁ ଏଣିକି ସର୍ବାଧିକ ଦାନ ୨୦୦୦ ଟଙ୍କା ଦେଇ ହେବ। ଆଜି ସାଧାରଣ ବଜେଟ୍‌ ଉପସ୍ଥାପନ ବେଳେ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏହି ଦାନ ଚେକ୍‌ ଓ ଡିଜିଟାଲ ପେମେଣ୍ଟ ଆକାରରେ କରାଯିବ। ଏହାସହ ରାଜନୈତିକ ଦଳ ଗୁଡିକ ପାଇଥିବା ଦାନକୁ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ଦଳ ଘୋଷଣା କରିବ। ପୂର୍ବରୁ ୨୦,୦୦୦ ପର୍ଯ୍ୟନ୍ତ ଟଙ୍କା ରାଜନୈତିକ ଦଳଙ୍କୁ ଦାନ ଆକାରରେ ପ୍ରଦାନ କରାଯାଇ ପାରୁଥିଲା। ଆରବିଆଇ ଏକ ବଣ୍ଡ […]

jaitley

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 05:02 PM IST

ନୂଆଦିଲ୍ଲୀ: ରାଜନୈତିକ ଦଳଙ୍କୁ ଏଣିକି ସର୍ବାଧିକ ଦାନ ୨୦୦୦ ଟଙ୍କା ଦେଇ ହେବ। ଆଜି ସାଧାରଣ ବଜେଟ୍‌ ଉପସ୍ଥାପନ ବେଳେ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏହି ଦାନ ଚେକ୍‌ ଓ ଡିଜିଟାଲ ପେମେଣ୍ଟ ଆକାରରେ କରାଯିବ। ଏହାସହ ରାଜନୈତିକ ଦଳ ଗୁଡିକ ପାଇଥିବା ଦାନକୁ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ଦଳ ଘୋଷଣା କରିବ। ପୂର୍ବରୁ ୨୦,୦୦୦ ପର୍ଯ୍ୟନ୍ତ ଟଙ୍କା ରାଜନୈତିକ ଦଳଙ୍କୁ ଦାନ ଆକାରରେ ପ୍ରଦାନ କରାଯାଇ ପାରୁଥିଲା।

ଆରବିଆଇ ଏକ ବଣ୍ଡ ପେପର ଜାରି କରିଛି। ଏହାକୁ ଦାନକର୍ତ୍ତା ଚେକ୍‌ କିମ୍ବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ କିଣିବେ। ଏହାକୁ ଦାନକର୍ତ୍ତା ରାଜନୈତିକ ଦଳଙ୍କୁ ପ୍ରଦାନ କରିବେ। ଏହି ବଣ୍ଡକୁ ସମ୍ପୃକ୍ତ ରାଜନୈତିକ ଦଳ ଏକମାସ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ଆକାଉଣ୍ଟରେ ଜମା କରିବେ। ଏହାଦ୍ୱାରା ରାଜନୈତିକ ଦଳଙ୍କୁ ଅର୍ଥ ନେଣଦେଣ ବ୍ୟାଙ୍କିଂ ସିଷ୍ଟମ୍‌ ମାଧ୍ୟମରେ ହୋଇପାରିବ ବୋଲି ଜେଟଲୀ କହିଛନ୍ତି।

୨୦୦୦ରୁ ଅଧିକ ଟଙ୍କା ଦାନ କରିଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ର ରାଜନୈତିକ ଦଳ ଗୁଡିକ ସାର୍ବଜନୀନ କରିବେ ବୋଲି ଜେଟଲୀ କହିଛନ୍ତି।

Related story