ରାଜୀବ ଆବାସ ଯୋଜନାରେ ଦୁର୍ନୀତି: ହିତାଧିକାରୀ ତାଲିକାରେ ଡେପୁଟି ମେୟରଙ୍କ ପରିବାର ଓ ସରକାରୀ କର୍ମଚାରୀଙ୍କ ନାଁ

ଭୁବନେଶ୍ୱର: ଗତ ଜୁନ୍ ୧୩ ତାରିଖରେ ଭୁବନେଶ୍ୱରର ମହିଷାଖାଲରେ ରାଜୀବ ଆବାସ ଯୋଜନାରେ ୮୦ ପରିବାର ରହିବା ପାଇଁ ନିର୍ମାଣ ସରିଥିବା ଘର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ଦେଢ଼ ମାସ ପରେ ହିତାଧିକାରୀ ଚୟନରେ ଅନିୟମିତତା ନେଇ ତଦନ୍ତ କରିବାକୁ ବିଏମ୍‌ସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ବିଭାଗ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଅଭିଯୋଗ ଆଧାରରେ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରାଜୀବ ଆବାସ ଯୋଜନାରେ ମହିଷାଖାଲରେ […]

rajiv-awasa

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 09:27 PM IST

ଭୁବନେଶ୍ୱର: ଗତ ଜୁନ୍ ୧୩ ତାରିଖରେ ଭୁବନେଶ୍ୱରର ମହିଷାଖାଲରେ ରାଜୀବ ଆବାସ ଯୋଜନାରେ ୮୦ ପରିବାର ରହିବା ପାଇଁ ନିର୍ମାଣ ସରିଥିବା ଘର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର ଦେଢ଼ ମାସ ପରେ ହିତାଧିକାରୀ ଚୟନରେ ଅନିୟମିତତା ନେଇ ତଦନ୍ତ କରିବାକୁ ବିଏମ୍‌ସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ବିଭାଗ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଅଭିଯୋଗ ଆଧାରରେ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ରାଜୀବ ଆବାସ ଯୋଜନାରେ ମହିଷାଖାଲରେ ଘର ପାଇବାକୁ ଥିବା ହିତାଧିକାରୀଙ୍କ ତାଲିକାରେ ୭୪୮ ଜଣ ଲୋକଙ୍କ ନାଁ ଥିବା ବେଳେ ସେଥିରୁ ୮ ଜଣ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର କେ. ଶାନ୍ତିଙ୍କ ପରିବାର ଲୋକ ବୋଲି ଅଭିଯୋଗ ହୋଇଛି। ଏଥିରେ ତାଙ୍କ ବାପା,ମା’ ଓ ଭାଇଭଉଣୀଙ୍କ ନାଁ ରହିଛି। ସେହିପରି ସରକାରୀ ଚାକିରି କରିଥିବା ୩୭ ଜଣ ଲୋକଙ୍କ ନାଁ ବି ରହିଛି ଏହି ତାଲିକାରେ। ନିଜସ୍ୱ କୋଠା ଘର ଥାଇ ୧୪ ଜଣ ଓ ଭୁବନେଶ୍ୱର ତହସିଲରେ ଜମି ଥିବା ୭ ଜଣ ବ୍ୟକ୍ତି ଚଞ୍ଚକତା କରି ଏଠାରେ ଘର ପାଇବାକୁ ନାଁ ପଞ୍ଜିକରଣ କରିଥିବା ଅଭିଯୋଗ ହୋଇଛି। ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା କିଛି ଲୋକ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ତଦନ୍ତ ନିର୍ଦ୍ଦେଶ ପରେ କିଛି କହିବାକୁ ମନା କରି ଦେଇଛନ୍ତି ଡେପୁଟି ମେୟର କେ. ଶାନ୍ତି। ତେବେ କିଛି ଦିନ ତଳେ ତାଙ୍କ ପରିବାର ନାଁରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ ସବୁ ଅଭିଯୋଗ ମିଛ। ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଏପରି ଅଭିଯୋଗ ଅଣାଯାଉଛି।

ନିରଞ୍ଜନ ବେହେରା ନାମକ ଜଣେ ଅଭିଯୋଗକାରୀ କହିଛନ୍ତି,“ଯେଉଁ ଲୋକମାନେ ପାଇବା କଥା ସେମାନେ ପାଇ ନାହାନ୍ତି। ଏଠି ବହୁତ ପୁରୁଣା ଓ ଗରିବ ଲୋକ ଅଛନ୍ତି। କିନ୍ତୁ ସେମାନେ ଘର ପାଇ ନାହାନ୍ତି। ଏପର୍ଯ୍ୟନ୍ତ କାହାରିକୁ ଘର ଦିଆଯାଇନାହିଁ। କିନ୍ତୁ ତାଲିକାରେ ସରକାରୀ ଚାକିରିଆ ଓ ବହୁ ବଡ଼ ଲୋକଙ୍କ ନାଁ ଅଛି। ତଦନ୍ତ କଲେ ସେସବୁ ବାହାରିବ।”

Related story