ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପକ୍ଷୀ ଗଣନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଉଛି। ଆଠଗଡ଼ ବନଖଣ୍ଡରେ ପକ୍ଷୀ ଗଣନା କରାଯାଉଛି। ଅଂଶୁପା ହ୍ରଦ ଓ ମହାନଦୀ ପଠାରେ ଆଠଗଡ଼ ରେଞ୍ଜ ପକ୍ଷରୁ ୬୭ଟିମ୍‌ ପକ୍ଷୀ ଗଣତି କରୁଛନ୍ତି। ଚଳିତବର୍ଷ ଅଂଶୁପାକୁ ରେଡ ପଚାର୍ଡ ପ୍ରଜାତିର ବହୁ ପକ୍ଷୀ ଆସିଥିବା ଗଣନାକାରୀମାନେ କହିଛନ୍ତି। ସେହିପରି ବ୍ରହ୍ମଗିରି ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା କରାଯାଉଛି। ବନ୍ୟପ୍ରାଣୀ କର୍ମଚାରୀ,ପକ୍ଷୀ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଗଠିତ ୪ଟି ଟିମ୍‌ ଏହି ଗଣତି କରୁଛନ୍ତି। ୪ଟି ଜୋନ୍‌ […]

bird

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 12:48 PM IST

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଉଛି। ଆଠଗଡ଼ ବନଖଣ୍ଡରେ ପକ୍ଷୀ ଗଣନା କରାଯାଉଛି। ଅଂଶୁପା ହ୍ରଦ ଓ ମହାନଦୀ ପଠାରେ ଆଠଗଡ଼ ରେଞ୍ଜ ପକ୍ଷରୁ ୬୭ଟିମ୍‌ ପକ୍ଷୀ ଗଣତି କରୁଛନ୍ତି। ଚଳିତବର୍ଷ ଅଂଶୁପାକୁ ରେଡ ପଚାର୍ଡ ପ୍ରଜାତିର ବହୁ ପକ୍ଷୀ ଆସିଥିବା ଗଣନାକାରୀମାନେ କହିଛନ୍ତି।

ସେହିପରି ବ୍ରହ୍ମଗିରି ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା କରାଯାଉଛି। ବନ୍ୟପ୍ରାଣୀ କର୍ମଚାରୀ,ପକ୍ଷୀ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଗଠିତ ୪ଟି ଟିମ୍‌ ଏହି ଗଣତି କରୁଛନ୍ତି। ୪ଟି ଜୋନ୍‌ କରାଯାଇ ଆଜି ସକାଳ ପ୍ରାୟ ୬ଟାରୁ ପକ୍ଷୀ ଗଣନା କରାଯାଇଛି। ପୁରୀ ବନଖଣ୍ଡ ତରଫରୁ ୨୯ଟି ସ୍ଥାନରେ ପକ୍ଷୀ ଗଣନା କରାଯାଉଛି।

Related story