ରାଜ୍ୟ ପାଇଁ ଚିନ୍ତା କରିବା ମୋର ପ୍ରାଥମିକତା: ନବୀନ

ଭୁବନେଶ୍ୱର: ଜାତୀୟ ରାଜନୀତିକୁ ଯିବାକୁ ମୋର ଇଚ୍ଛା ନାହିଁ। ମୁଁ ଓଡ଼ିଶାରେ ଖୁସି ଅଛି। ରାଜ୍ୟ ପାଇଁ ଚିନ୍ତା କରିବା ମୋର ପ୍ରାଥମିକତା ବୋଲି ଆଜି ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସାମ୍ବାଦିକ ପ୍ରଭୁ ଚାୱାଲାଙ୍କ ସହ ମତ ବିନିମୟ ବେଳେ ନବୀନ କହିଛନ୍ତି,“କଂଗ୍ରେସ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ। କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଆମ ନୀତି। ମୋର ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ […]

cm

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 10:42 PM IST

ଭୁବନେଶ୍ୱର: ଜାତୀୟ ରାଜନୀତିକୁ ଯିବାକୁ ମୋର ଇଚ୍ଛା ନାହିଁ। ମୁଁ ଓଡ଼ିଶାରେ ଖୁସି ଅଛି। ରାଜ୍ୟ ପାଇଁ ଚିନ୍ତା କରିବା ମୋର ପ୍ରାଥମିକତା ବୋଲି ଆଜି ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସାମ୍ବାଦିକ ପ୍ରଭୁ ଚାୱାଲାଙ୍କ ସହ ମତ ବିନିମୟ ବେଳେ ନବୀନ କହିଛନ୍ତି,“କଂଗ୍ରେସ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ। କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଆମ ନୀତି। ମୋର ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ଚୟନ କରିବେ।”

କେନ୍ଦ୍ରର ଭୁଲ ନୀତି ଯୋଗୁଁ ଓଡ଼ିଶାର ପୁଞ୍ଜିପତିମାନେ ପ୍ରଭାବିତ ହେଉଛନ୍ତି। କେନ୍ଦ୍ରର ପାଣ୍ଠି ହ୍ରାସ ରାଜ୍ୟ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ନବୀନ କହିଛନ୍ତି।

ଏହି ଅବସରରେ ବିଜେଡି ସରକାର ସଫଳତା କଥା କହିବାକୁ ନବୀନ ଭୁଲି ନ ଥିଲେ। ସେ କହିଥିଲେ,“ଆମ ଅମଳରେ ରାଜ୍ୟରେ ଇସ୍ପାତ ଉତ୍ପାଦନ ୫ ଗୁଣ ବୃଦ୍ଧି ପାଇଛି। ମହିଳା ସଶକ୍ତିକରଣ ଆମ ସରକାରଙ୍କ ସବୁଠାରୁ ବଡ଼ ସଫଳତା। ଚାଉଳ ଉତ୍ପାଦନରେ ଆମ ରାଜ୍ୟ ଦେଶର ଅନ୍ୟତମ ବଳକା ରାଜ୍ୟ ଭାବେ ପରିଗଣତ ହୋଇଛି।

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ରାଜନୀତି କରୁ ନ ଥିବା ନବୀନ କହିଛନ୍ତି। ପଞ୍ଚାୟତ ନିର୍ବାଚନ ସହ ମହାନଦୀ ପ୍ରସଙ୍ଗର କୌଣସି ସମ୍ପର୍କ ନାହିଁ। ମହାନଦୀ ପ୍ରସଙ୍ଗକୁ ନେଇ ଆମେ କୋର୍ଟ ଯାଇପାରୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଧିକ ସମୟ ଦିଆଯିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି। ଦେଶର ବ୍ୟାପକତା ଦୃଷ୍ଟିରୁ ତାଙ୍କୁ (ମୋଦି) ଅଧିକ ସମୟ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ତାଙ୍କୁ ଦେଇଥିବା ଏସ୍‌ଏକ୍ସ୪ କାର ତାଙ୍କ ବ୍ୟବହାର ପାଇଁ ଯଥେଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି।

Related story