ରାଜ୍ୟରେ ଆଉ ୪୫ଟି ନୂଆ ଅଗ୍ନିଶମ କେନ୍ଦ୍ର ଖୋଲିବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୫ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ। ଫଳରେ ଅଗ୍ନିଶମ ସେବା କେନ୍ଦ୍ର ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶର ଏକ ନମ୍ୱର ରାଜ୍ୟ ହୋଇପାରିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୧ତମ ଜାତୀୟ ଅଗ୍ନିଶମ ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟରେ ଅଗ୍ନିଶମ ସେବା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ତିନୋଟି ସ୍ୱତନ୍ତ୍ର ଅନୁଷ୍ଠାନର ମଧ୍ୟ ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର […]

cm

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 10:18 AM IST

ଭୁବନେଶ୍ୱର: ରାଜ୍ୟରେ ଆଉ ୪୫ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ। ଫଳରେ ଅଗ୍ନିଶମ ସେବା କେନ୍ଦ୍ର ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶର ଏକ ନମ୍ୱର ରାଜ୍ୟ ହୋଇପାରିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୧ତମ ଜାତୀୟ ଅଗ୍ନିଶମ ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟରେ ଅଗ୍ନିଶମ ସେବା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ତିନୋଟି ସ୍ୱତନ୍ତ୍ର ଅନୁଷ୍ଠାନର ମଧ୍ୟ ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର ଓ ଡିଜାଷ୍ଟର ରେସ୍ପନ୍ସ ଏକାଡେମୀଠାରେ ଏହି ତିନୋଟି ଅନୁଷ୍ଠାନର ଲୋକାକର୍ପଣ କରାଯାଇଛି। ଏହା ମଧ୍ୟରେ ଭୁବନେଶ୍ୱର ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ, କଟକ ନରାଜଠାରେ  ଅଗ୍ନିଶମ ଓ ବିପତ୍ତି ନିସ୍ତାର ଅନୁଷ୍ଠାନ ଏବଂ ପୁରୀ ରାମଚଣ୍ଡୀଠାରେ ଦଳ ଦକ୍ଷତା ଉଦ୍ଧାର ଅନୁଷ୍ଠାନ ରହିଛି।

ଏହାସହ ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଅଗ୍ନିଶମ ସେବା ୱେବସାଟ୍‌କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଆଜି ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଓ ଡିଜାଷ୍ଟର  ରେସ୍ପନ୍ସ ଏକାଡେମୀଠାରେ ଅଗ୍ନିଶମ ସେବା ପକ୍ଷରୁ ୬୧ତମ ଜାତୀୟ ଅଗ୍ନିଶମ ସପ୍ତାହର ଉଦ୍‌ଯାପନୀ ଉତ୍ସବ ପାଳିତ ହୋଇଛି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଚିତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଇଥିଲା।

Related story