ରାଜ୍ୟରେ ଜଣେ ଡେଙ୍ଗୁ ରୋଗୀ ମୃତ, ୪୬୮ଆକ୍ରାନ୍ତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁରେ ଜଣଙ୍କ ମୃତ୍ୟୁ ଘଟିଛି। ୪୬୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁରେ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛି ଭଦ୍ରକ ଜିଲ୍ଲା। ଏଠାରେ ୬୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁ ନେଇ ରାଜ୍ୟରେ ଡର ବ୍ୟାପୀ ଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର କୈଳାସ ଦାସ ଏହି ସୂଚନା ଦେଇଛନ୍ତି। ଏହା ସହିତ ଡେଙ୍ଗୁ ସଂପର୍କରେ ସୂଚନା ଦେବା ପାଇଁ ସରକାର ଏକ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଖୋଲିଛନ୍ତି। ଏହି […]

dengu

dengu

Rakesh Mallick
  • Published: Friday, 18 September 2015
  • Updated: 18 September 2015, 11:13 AM IST

Sports

Latest News

denguଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁରେ ଜଣଙ୍କ ମୃତ୍ୟୁ ଘଟିଛି। ୪୬୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁରେ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛି ଭଦ୍ରକ ଜିଲ୍ଲା। ଏଠାରେ ୬୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁ ନେଇ ରାଜ୍ୟରେ ଡର ବ୍ୟାପୀ ଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର କୈଳାସ ଦାସ ଏହି ସୂଚନା ଦେଇଛନ୍ତି। ଏହା ସହିତ ଡେଙ୍ଗୁ ସଂପର୍କରେ ସୂଚନା ଦେବା ପାଇଁ ସରକାର ଏକ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଖୋଲିଛନ୍ତି। ଏହି ନମ୍ବରଟି ହେଉଛି-୦୬୭୪-୨୩୯୦୪୬୬

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କଟକରେ ୫୮ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଜଗତସିଂହପୁର ଓ ବାଲେଶ୍ୱରରେ ୫୩ ଜଣ ଲେଖାଏଁ, ଖୋର୍ଦ୍ଧାରେ ୪୯ ଓ ଯାଜପୁରରେ ୪୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି।

ସେ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ପାଇଁ ମାଗଣା ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଡେଙ୍ଗୁ ରୋଗୀଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡେଙ୍ଗୁ ସଂପର୍କରେ ସୂଚନା ଦେବା ଲାଗି ରାଜ୍ୟସ୍ତରରେ ଏକ ହେଲ୍ପ ଲାଇନ୍ ନମ୍ୱର ଖୋଲାଯାଇଛି।

କଟକ ଏସସିବି ମେଡିକାଲରେ ୫୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଆଇସିୟୁରେ ରଖାଯାଇଛି। ଡେଙ୍ଗୁ ରୋଗୀଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ ବୋଲି ଏସସିବି ମେଡିକାଲର ଜରୁରୀକାଳୀନ ସେବା ଅଧିକାରୀ କହିଛନ୍ତି।

ଓଡ଼ିଶାରେ ଡେଙ୍ଗୁରେ ସରକାରୀ ଭାବେ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଦିଲ୍ଲୀରେ ଡେଙ୍ଗୁରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ବୁଧବାର ଆଉ ଜଣେ ଓଡ଼ିଆ ଯୁବକଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ସେ ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ସୁନୀଲ ବେହେରା। ଓଲାଭର କଲେଜରେ ଯୁକ୍ତ ଦୁଇ ପଢୁଥିଲେ ସୁନୀଲ। ଦିଲ୍ଲୀରେ ତାଙ୍କ ବାପା ରହନ୍ତି। ତେଣୁ ସେଠାକୁ ସେ ବୁଲିବାକୁ ଯାଇଥିଲେ। ବୁଲିବାକୁ ଯାଇଥିବା ବେଳେ ତାଙ୍କୁ ଜ୍ୱର ହୋଇଥିଲା। ପରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ପୂର୍ବରୁ ୭ ବର୍ଷର ବାଳକ ଅବିନାଶ ଓ  ବାଲେଶ୍ୱର ସୋର ଅଞ୍ଚଳର ଶାନ୍ତନୁ କୁମାର ବେହେରା ମଧ୍ୟ ଦିଲ୍ଲୀରେ ଡେଙ୍ଗୁରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story