ରମେଶଙ୍କ ଗିରଫଦାରୀକୁ ବିରୋଧ: ୧୧ରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଗରଫଦାରୀକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତା ୧୧ ତାରିଖରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏହି ଘେରାଉ କରାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସୋମବାର ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଆଲୋଚନା କରିବା ପରେ ତାରା ଏହି ସୂଚନା ଦେଇଛନ୍ତି। ସେହିପରି ରମେଶଙ୍କ ସହ ତାଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇ ନ ଥିବାରୁ […]

tara1

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 02:28 PM IST

ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଗରଫଦାରୀକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତା ୧୧ ତାରିଖରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏହି ଘେରାଉ କରାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି।

ସୋମବାର ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଆଲୋଚନା କରିବା ପରେ ତାରା ଏହି ସୂଚନା ଦେଇଛନ୍ତି। ସେହିପରି ରମେଶଙ୍କ ସହ ତାଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇ ନ ଥିବାରୁ ଆଜି ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁରଙ୍କୁ ଭେଟିବା ସମୟରେ ସେ ଏହାର ପ୍ରତିବାଦ ଜଣାଇଛନ୍ତି। ତାଙ୍କ ସହ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ଓ ପିସିସି ସମ୍ପାଦକ ବିକ୍ରମ ପଣ୍ଡା ମଧ୍ୟ ଦକ୍ଷିଣାଞ୍ଚଳ ଆଇଜି ଠାକୁରଙ୍କୁ ଭେଟିଥିଲେ। ରାଜନୈତିକ ଆକ୍ରୋଶ ରଖି ରମେଶଙ୍କୁ ଗିରଫ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ତାରା ପ୍ରସାଦ ବାହିନୀପତି କହିଛନ୍ତି, “ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ସଭାପତି, ପିସିସି ସାଧାରଣ ସମ୍ପାଦକ, ସମ୍ପାଦକଙ୍କ ସହ ଆସି ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟିଥିଲି। ଯେଉଁ ବନ୍ଧୁକ ଗୁଳି ଜବତ କରାଯାଇଛି ତାହା ରମେଶ ଜେନାଙ୍କ ପାଖରୁ ଜବତ କରାଯାଇନାହିଁ, ଅନ୍ୟ କେଉଁଠୁ ଆଣି ଏହାକୁ ରମେଶଙ୍କ ପାଖରୁ ଜବତ କରାଯାଇଥିବା ଦର୍ଶାଯାଉଛି ବୋଲି ଆମେ କହିଥିଲୁ। ପୋଲିସ୍ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦେଉଛି । ମାନବାଧିକାର କମିଶନ ଏଥିରେ ହସ୍ତକ୍ଷେପ କରନ୍ତୁ। ଆମେ ରମେଶ ଜେନାଙ୍କୁ ଭେଟିବାକୁ ଚାହୁଁଛୁ। ସେ ଜୀବିତ ଅଛନ୍ତି କି ନାହିଁ ଜାଣିବାକୁ ଚାହୁଁଛୁ। ତାଙ୍କ ନାମରେ ବେଆଇନ ଭାବେ ବନ୍ଧୁକ ରଖିଥିବା ଯେଉଁ ଅଭିଯୋଗ କରାଯାଇଛି ତାହାକୁ ପ୍ରତ୍ୟାହାର କରାଯାଉ ବୋଲି ଆମେ ଦାବି କରିଛୁ।”

ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଛନ୍ତି, “ପଞ୍ଚାୟତ ନିର୍ବାଚନ ପୂର୍ବରୁ ରମେଶଙ୍କୁ ଗିରଫ କରାଯାଇଛି।ହିଞ୍ଜିଳିକାଟୁରେ ରମେଶଙ୍କ ପ୍ରଭାବ ବଢୁ ଥିବାରୁ ବିଜେଡି ଆତଙ୍କିତ ହୋଇ ମିଥ୍ୟା ମାମଲାରେ ଫସାଇବାକୁ ବାଟ ଖୋଜୁଛି।  ଯଦି ଡି’ ଲିଙ୍କ ଖୋଜାଯାଉଛି ତେବେ ପ୍ରଥମେ ମୋତେ ପଚରାଯାଉ।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ବିଜୁ ଜନତା ଦଳର ଯେଉଁ ବିଧାୟକ ଓ ମନ୍ତ୍ରୀମାନେ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି ସେମାନଙ୍କ ବିରୋଧରେ ବି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କିନ୍ତୁ ବିଜେପି ପ୍ରଶ୍ନ କରିବାକୁ ଚାହୁଁଛି ରମେଶଙ୍କୁ କେଉଁ ଆଧାରରେ ଗିରଫ କରାଯାଇଛି?”

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଅପରାଧ ପୃଷ୍ଠଭୂମିର ଲୋକଙ୍କୁ କଂଗ୍ରେସ କାହିଁକି ସମର୍ଥନ କରୁଛି? ରମେଶଙ୍କ ବିରୋଧରେ ଅପରାଧ ସମ୍ପର୍କିତ ତଥ୍ୟ ରହିଛି। ପୂର୍ବରୁ ରମେଶଙ୍କ ନାଁରେ ଅପରାଧିକ ମାମଲା ରହିଛି। ପୋଲିସ୍ ତା କାମ କରୁଛି।”

Related story