ରାଉରକେଲା: ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଶ୍ରମିକ ଗୁରୁତର

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଆଜି ଦୁର୍ଘଟଣା ଘଟି ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଆଇଜିଏଚର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ଶ୍ରମିକମାନେ ଗୁରୁତର ହୋଇଛନ୍ତି । ଇସ୍ପାତ କରାଖାନାର ଲାଡରରେ ତରଳ ଲୁହା ଯାଉଥିବା ବେଳେ ଏଥିରେ ପାଣି ପଡ଼ିଯିବାରୁ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଫଳରେ ନିଆଁ ଖଣ୍ଡ ବାହାରକୁ ଛିଟିକି ଯାଇ ଶ୍ରମିକଙ୍କ ଉପରେ ପଡ଼ିଥିଲା। ଏନେଇ […]

rourkela

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 05:47 PM IST

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଆଜି ଦୁର୍ଘଟଣା ଘଟି ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଆଇଜିଏଚର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ଶ୍ରମିକମାନେ ଗୁରୁତର ହୋଇଛନ୍ତି । ଇସ୍ପାତ କରାଖାନାର ଲାଡରରେ ତରଳ ଲୁହା ଯାଉଥିବା ବେଳେ ଏଥିରେ ପାଣି ପଡ଼ିଯିବାରୁ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଫଳରେ ନିଆଁ ଖଣ୍ଡ ବାହାରକୁ ଛିଟିକି ଯାଇ ଶ୍ରମିକଙ୍କ ଉପରେ ପଡ଼ିଥିଲା। ଏନେଇ ତନାଘନା ଆରମ୍ଭ ହୋଇଛି।

Related story