କେବେ ବନ୍ଦ ହେବ କୁନି ଝିଅଙ୍କ ଉପରେ ଯୌନ ନିର୍ଯାତନା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାନ୍ଦୁଛି କୁନିଝିଅ। ଅସୁରକ୍ଷିତ ହୋଇପଡ଼ିଛି ଆମ ଘରର ଲକ୍ଷ୍ମୀ। ଘରେ, ବାହାରେ, ସବୁଠି ତା’ ପାଇଁ ଜଗି ବସିଛି ବିପଦ। ଆଜି କେଉଁଠି ବି ସୁରକ୍ଷିତ ନୁହେଁ ନାବାଳିକା। ଯେଉଁ ବୟସରେ ସେମାନେ ଖେଳି ବୁଲି ସଂସାରକୁ ଉପଭୋଗ କରିବା କଥା, ସେହି ସମୟରେ ତା’ ଉପରେ ପଡୁଛି ଲୋଲୁପ ନଜର।
ଆଇନ୍ କଡ଼ାକଡ଼ି ହେଉଛି, ଘଟଣାର ପ୍ରତିବାଦ ବି କରାଯାଉଛି। କିନ୍ତୁ ଥମୁନି ନାବାଳିକାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଘଟଣା। ସେ ସାଲେପୁର ହେଉ କି ସମ୍ବଲପୁର, ନୀଳଗିରି ହେଉକି ପଟ୍ଟାମୁଣ୍ଡାଇ, ବ୍ୟାଧି ଭଳି ବଢ଼ିଚାଲିଛି ନାବାଳିକା ଦୁଷ୍କର୍ମ ଭଳି କୁତ୍ସିତ ଘଟଣା।
ଆହୁରି ପଢ଼ନ୍ତୁ
ଆମ ପୂରା ବ୍ୟବସ୍ଥା ଯେମିତି ନାଚାର ଓ ବଧିର ହୋଇପଡ଼ିଛି। କାହାରି କାନକୁ କ’ଣ ଶୁଭୁନି ଅସହାୟ କୁନି ଝିଅଟିର କାନ୍ଦ? କାହିଁକି ବାରମ୍ବାର ଘଟିଚାଲିଛି ଏ ଲଜ୍ଜାଜନକ ଘଟଣା? କିଏ ଏଥିପାଇଁ ଦାୟୀ? ଶୁଣନ୍ତୁ କ’ଣ କହୁଛନ୍ତି ବିଭିନ୍ନ ବର୍ଗଙ୍କ ଲୋକ।