୩୧ ଅକ୍ଟୋବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ପ୍ରେମରେ ପାଇବେ ସଫଳତା

ମେଷ– ଏହ ରାଶିର ବ୍ୟକ୍ତିଙ୍କ ଲାଗି ଦିନଟି  ଅସ୍ୱାସ୍ଥକର । ସମସ୍ୟା କମିବା ସହ ଯଥାସମ୍ଭବ ବିବାଦଠାରୁ ଦୂରେଇ ରହିଲେ ଭଲ । ଆର୍ଥିକ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି। ବୃଷ– ଏହି ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ଧନଲାଭର ଯୋଗ ରହିଛି । ପାରିବାରିକ ଖୁସି ସହ ଯାନବାହାନ କ୍ରୟ କରିବାର ସମ୍ଭାବନା ମଧ୍ୟ ଅଛି। ମିଥୁନ– ପ୍ରେମ ସମ୍ପର୍କରେ ସଫଳତା ସହ ବିବାହ ସ୍ଥିର ହେବାର ସମ୍ଭାବନା ଏହି ରାଶିର ଲୋକଙ୍କ ପାଇଁ ରହିଛି। କର୍କଟ– […]

zodaic

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 07:13 AM IST

ମେଷ- ଏହ ରାଶିର ବ୍ୟକ୍ତିଙ୍କ ଲାଗି ଦିନଟି  ଅସ୍ୱାସ୍ଥକର । ସମସ୍ୟା କମିବା ସହ ଯଥାସମ୍ଭବ ବିବାଦଠାରୁ ଦୂରେଇ ରହିଲେ ଭଲ । ଆର୍ଥିକ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି।

ବୃଷ- ଏହି ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ଧନଲାଭର ଯୋଗ ରହିଛି । ପାରିବାରିକ ଖୁସି ସହ ଯାନବାହାନ କ୍ରୟ କରିବାର ସମ୍ଭାବନା ମଧ୍ୟ ଅଛି।

ମିଥୁନ- ପ୍ରେମ ସମ୍ପର୍କରେ ସଫଳତା ସହ ବିବାହ ସ୍ଥିର ହେବାର ସମ୍ଭାବନା ଏହି ରାଶିର ଲୋକଙ୍କ ପାଇଁ ରହିଛି।

କର୍କଟ- ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । ଧନହାନୀ ହେବାର ସମ୍ଭାବନା ରହିଛି, ଏଥିପ୍ରତି ସତର୍କ ରୁହନ୍ତୁ । ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ପତ୍ନୀଙ୍କ ସହେଯାଗ ମିଳିବ ।

ସିଂହ- ତରବରିଆ ହୋଇ କୌଣସି କାମ କରନ୍ତୁ ନାହିଁ । ଶରୀର ପ୍ରତି ଯତ୍ନଶୀଳ ହୁଅନ୍ତୁ । ଚାକିରି ପରିବର୍ତ୍ତନର ସମ୍ଭାବନା ରହିଛି।

କନ୍ୟା- କାର୍ଯକ୍ଷେତ୍ରରେ ସମସ୍ୟା ଦେଖାଦେବ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ବନ୍ଧୁମାନଙ୍କଠାରୁ ସହଯୋଗ ମିଳିବ ।

ତୁଳା- ସମ୍ମାନ ପ୍ରାପ୍ତି ଓ ମାଲିମକୋଦ୍ଧମାରେ ସଫଳତା ମିଳିବାର ଯୋଗ ରହିଛି । ସନ୍ତାନ ପ୍ରାପ୍ତି ସହ ନୂଆ କାମ ଆରମ୍ଭ କରିବାର ଯୋଗ ମଧ୍ୟ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରହିଛି।

ବିଛା- ଶରୀରର ଯତ୍ନ ନିଅନ୍ତୁ । ଘରୁ ବାହାରିବା ବେଳେ ଗୁଡ ଖାଇ ବାହାରନ୍ତୁ ଓ ଗାଡି ଚଳାଇବା ବେଳେ ଯଥାସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ ।

ଧନୁ – ପିତାଙ୍କଠାରୁ ସହଯୋଗ ପାଇବେ । ସମ୍ପତ୍ତି ଲାଭ ସହ ଆନନ୍ଦଦାୟକ ଯାତ୍ରାର ସୁଯୋଗ ରହିଛି।

ମକର- ବୈବାହୀକ ଜୀବନରେ ସୁଖ, ବ୍ୟବସାୟରେ ଲାଭର ଯୋଗ ରହିଛି ।

କୁମ୍ଭ – ଧନଲାଭ ସହ ଜୀବନରେ ସ୍ଥିରତା ଆସିବ ।

ମୀନ- ଏହି ରାଶିର ବ୍ୟକ୍ତିବିଶେଷ ସନ୍ତାନର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଶ୍ରୀ ହନୁମାନଙ୍କୁ ରକ୍ତପୁଷ୍ପ ସମର୍ପଣ କରନ୍ତୁ ଦିନଟି ଭଲରେ କଟିବ।

 

Related story