୧୩ ଏପ୍ରିଲ,ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଅଳସୁଆ ଅନୁଭବ କରିବେ

ମେଷ: ସାଙ୍ଗ ସାଥୀଙ୍କ ସହ ଦିନ ବିତାଇବେ। ଖର୍ଚ୍ଚ ବଢ଼ିବ। ସରକାରୀ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ସନ୍ତାନଙ୍କର ଉନ୍ନତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଚାକିରି କ୍ଷେତ୍ରରେ ଦିନଟି ଶୁଭ ରହିବ। ସରକାରୀ ଲାଭ ପାଇବେ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ପାରିବାରିକ ଜୀବନ ଭଲରେ କଟିବ। ମିଥୁନ: ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଆଳସ୍ୟପଣ ଯୋଗୁଁ କାର୍ଯ୍ୟରେ ମନ ଲାଗିବ ନାହିଁ। ମାସିକ […]

Rasiphala-1-840x440-1-768x402-1-1-1-1-1-2-2-1-1-840x440-1-1-1-1-840x440-1

Rakesh Mallick
  • Published: Friday, 13 April 2018
  • , Updated: 13 April 2018, 07:44 AM IST

ମେଷ: ସାଙ୍ଗ ସାଥୀଙ୍କ ସହ ଦିନ ବିତାଇବେ। ଖର୍ଚ୍ଚ ବଢ଼ିବ। ସରକାରୀ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ସନ୍ତାନଙ୍କର ଉନ୍ନତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଚାକିରି କ୍ଷେତ୍ରରେ ଦିନଟି ଶୁଭ ରହିବ। ସରକାରୀ ଲାଭ ପାଇବେ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ପାରିବାରିକ ଜୀବନ ଭଲରେ କଟିବ।

ମିଥୁନ: ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଆଳସ୍ୟପଣ ଯୋଗୁଁ କାର୍ଯ୍ୟରେ ମନ ଲାଗିବ ନାହିଁ। ମାସିକ ଚାପ ବଢ଼ିପାରେ। ଉଚ୍ଚପଦାଧିକାରୀଙ୍କ ସହିତ ବାଦ ବିବାଦ ହୋଇପାରେ।

କର୍କଟ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଅସୁସ୍ଥ ଅନୁଭବ କରିବେ। ପାରିବାରିକ ଅଶାନ୍ତି ଲାଗି ରହିବ।

ସିଂହ: କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିଛି। ବ୍ୟବାସାୟ କ୍ଷେତ୍ରରେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଶାନ୍ତି ରହିବ। ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା: ସୃଜନଶୀଳତା ବୃଦ୍ଧି ହେବ। ଅଯଥା ବିବାଦରେ ପଶନ୍ତୁ ନାହିଁ। ପେଟରେ ସମସ୍ୟା ଦେଖା ଦେଇପାରେ। ପ୍ରିୟ ବ୍ୟକ୍ତିଙ୍କୁ ଭେଟି ଖୁସି ହେବେ।

ବିଛା: ମାନସିକ ଆଶାନ୍ତି ଓ ଶାରୀରିକ ଅସୁସ୍ଥତା ଲାଗି ରହିବ। ଆର୍ଥିକ କ୍ଷତି ସହିପାରନ୍ତି। ମାଆଙ୍କ ଦେହ ଭଲ ନ ରହିବାରୁ ବ୍ୟସ୍ତ ବିବ୍ରତ ରହିପାରନ୍ତି।

ଧନୁ: ମନ ପ୍ରଫୁଲ୍ଲ ରହିବ। ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ ରହିବ।  ନୂଆ କାର୍ଯ୍ୟର ଆରମ୍ଭ କରିବେ। ଘରକୁ ଅତିଥି ଆସିପାରନ୍ତି।

ମକର: ପରିବାରରେ ଭୁଲ ବୁଝାମଣା ଯୋଗୁଁ ଅଶାନ୍ତି ଦେଖା ଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୁଝି ବିଚାରି କାର୍ଯ୍ୟ କରନ୍ତୁ।

କୁମ୍ଭ: ମାନସିକ ଓ ଶାରୀରିକ ସ୍ଥିତି ଭଲ ରହିବ। ଆର୍ଥିକ ଲାଭ ମିଳିପାରେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି।

ମୀନ: ମନରେ ଏକାଗ୍ରତା ରହିବ। ଖର୍ଚ୍ଚ ବଢ଼ିବ। ବିଦେଶ ଯାତ୍ରା କରିପାରନ୍ତି। ସତର୍କତାର ସହ କାର୍ଯ୍ୟ କରନ୍ତୁ।

Related story