୧୬ ମେ ବୁଧବାର: ଜାଣନ୍ତୁ କେଉଁ ରାଶି ପାଇଁ ରହିଛି ବିଦେଶ ଯାତ୍ରାର ଯୋଗ

ମେଷ: କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ବାକିଆ ପଇସା ଆପଣଙ୍କୁ ମିଳିପାରେ। ପରିଜନଙ୍କ ସହିତ ଖୁସିରେ ସମୟ କଟିବ। ବୃଷ: ସକାରାତ୍ମକ ଭାବନାରେ ରହନ୍ତୁ। ଆଜି ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ମିଥୁନ: ଆତ୍ମବିଶ୍ୱାସର ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ମାମଲା ଫଇସଲା ହେବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ […]

Rasiphala-image-2-840x440-1-1-768x402-2-1-840x440-1-768x402-1-2-840x440-1-768x402-1

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 06:06 AM IST

ମେଷ: କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ବାକିଆ ପଇସା ଆପଣଙ୍କୁ ମିଳିପାରେ। ପରିଜନଙ୍କ ସହିତ ଖୁସିରେ ସମୟ କଟିବ।

ବୃଷ: ସକାରାତ୍ମକ ଭାବନାରେ ରହନ୍ତୁ। ଆଜି ଆପଣଙ୍କର ତର୍କ ଶକ୍ତି କାମରେ ଆସିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।

ମିଥୁନ: ଆତ୍ମବିଶ୍ୱାସର ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ମାମଲା ଫଇସଲା ହେବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

କର୍କଟ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ଅଫିସରେ କୌଣସି ଗୁରୁତ୍ଵପୂର୍ଣ୍ଣ ଫଇସଲା ନେବେ।

ସିଂହ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ପଇସା ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହୋଇଯିବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ।

କନ୍ୟା: ରଚନାତ୍ମକ କାମରେ ଧ୍ୟାନ ଦିଅନ୍ତୁ, ଲାଭ ହେବ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଇଚ୍ଛା ପୂରା କରିବାରେ ପ୍ରୟାସ ସଫଳ ହେବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯାତ୍ରାର ସୁଯୋଗ ମିଳିବ।

ବିଛା: ସୁଖପ୍ରାପ୍ତି ଲାଗି ଦିନଟି ଭଲ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରିବେ। ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ।

ଧନୁ: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। ଲକ୍ଷ୍ମୀଙ୍କର ଆଗମନ ହେବ। ଚାକିରିଆ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ନୂଆ ବାହନ କିଣିବା ଲାଗି ଦିନଟି ଭଲ।
ମକର: ଆଗକୁ ବଢ଼ିବା ଲାଗି କ୍ରମାନ୍ଵୟରେ ଚେଷ୍ଟା କରିବେ। ପରିଶ୍ରମର ଫଳ ଦ୍ଵିଗୁଣା ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ନେତା ଆପଣଙ୍କୁ ବଡ଼କାର୍ଯ୍ୟ ଅର୍ପଣ କରିବେ। ମହିଳାଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ଆପଣଙ୍କ ମହତ୍ତ୍ଵାକାଂକ୍ଷା ସମୟ ବିତିବା ସଙ୍ଗେସଙ୍ଗେ ବଦଳି ଯିବ। ଜମି କିମ୍ବା ବାହନ କିଣିବା ଲାଗି ଦିନଟି ଭଲ ।

ମୀନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ଵାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ।

Related story