୨୦ ଜୁନ୍‌ ବୁଧବାର, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ପ୍ରେମିକାଙ୍କଠାରୁ ପାଇବେ ଉପହାର

ମେଷ: ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବୃଷ: ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ।  ମିଥୁନ: ନିଜର ମନୋଭାବକୁ ନିୟନ୍ତ୍ରଣରେ ରଖନ୍ତୁ। ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ବ୍ୟାଙ୍କରେ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। […]

1-3-1-2

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 06:13 AM IST

ମେଷ: ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ।

ବୃଷ: ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ।

 ମିଥୁନ: ନିଜର ମନୋଭାବକୁ ନିୟନ୍ତ୍ରଣରେ ରଖନ୍ତୁ। ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ବ୍ୟାଙ୍କରେ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ ନିଜର କଥାକୁ ଠିକ୍‌ ଢଙ୍ଗରେ ରଖନ୍ତୁ।

କର୍କଟ: ଦିମାକରେ ଲାଗିରହିଥିବା ନକରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। ଲୁହା ସିମେଣ୍ଟ ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ପ୍ରେମିକଙ୍କଠାରୁ ଉପହାର ପାଇବେ।

ସିଂହ: ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ସିନିୟର ଆପଣଙ୍କ କାମରେ ଖୁସି ରହିବେ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଛାତ୍ରମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ।

କନ୍ୟା: ଭାଗ୍ୟର ସହଯୋଗ ପାଇବେ। ଅପରିଚିତଙ୍କ ସହିତ ସଂପର୍କ ସ୍ଥାପନ ହେବ; ଯାହା ଦ୍ଵାରା ଭବିଷ୍ୟତରେ ଯଥେଷ୍ଟ ଲାଭ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ବ୍ୟବସାୟରେ ସଫଳତା ନିଶ୍ଚିତ ପାଇବେ।

ତୁଳା: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। ଉନ୍ନତି ପାଇଁ ବିଭିନ୍ନ ରାସ୍ତା ସାମନାକୁ ଆସିବ। ଜମି କିଣିବା ପାଇଁ ଦିନଟି ଶୁଭ।

ବିଛା: ଆଜି କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଅନ୍ୟମାନଙ୍କ ଗଣ୍ଡଗୋଳକୁ ପଶନ୍ତୁନାହିଁ। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ।

 ଧନୁ: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ଅଚାନକ ଧନଲାଭ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ।

ମକର: ବ୍ୟବସାୟରୁ ବେଶି ଲାଭ ପାଇବା ପାଇଁ ଅଧିକ ମନଯୋଗ ସହକାରେ ସବୁ କାମ କରିବେ। ଲାଗି ରହିଥିବା ଝଗଡ଼ାରୁ ମୁକ୍ତି ପାଇବେ। ରାଜନୀତିକ ନେତାମାନଙ୍କ ଲାଗି ଦିନଟି ଶୁଭ। ବିଜ୍ଞାନଛାତ୍ର କିଛି ନୂଆ ଶିକ୍ଷା ଲାଭ କରିବେ।

କୁମ୍ଭ: ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ନ୍ୟାୟିକ ମାମଲା ଆପଣଙ୍କୁ ବିରକ୍ତି କରିପାରେ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ।

ମୀନ: ଦିନଟି ଆପଣଙ୍କ ପାଇଁ ସହଜ ହେବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ପରିବର୍ତ୍ତନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ନିଶ୍ଚୟ ହେବ଼।

Related story