୨୮ ଫେବ୍ରୁଆରୀ, ଜାଣନ୍ତୁ କେଉଁରାଶି ପ୍ରତି ଗ୍ରହମାନଙ୍କ ଶୁଭଦୃଷ୍ଟି ରହିଛି

ମେଷ: ରାଜନୀତିରେ ସଫଳତା ପାଇବେ। ବନ୍ଧୁମାନଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ନିଜ ସୌନ୍ଦର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବେ। ବୃଷ: ବନ୍ଧୁମାନଙ୍କ ସହିତ ଦିନଟି ହାସ୍ୟକୌତୁକରେ କରିବେ। ସାରାଦିନ ଖୁସି ମନରେ ରହିବେ। କୌଣସି ନୂଆ ବ୍ୟବସାୟର ଶୁଭାରମ୍ଭ କରନ୍ତୁ, ଲାଭ ହେବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ। ମିଥୁନ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। […]

sankes

Rakesh Mallick
  • Published: Wednesday, 28 February 2018
  • , Updated: 28 February 2018, 07:02 AM IST

ମେଷ: ରାଜନୀତିରେ ସଫଳତା ପାଇବେ। ବନ୍ଧୁମାନଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ନିଜ ସୌନ୍ଦର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବେ।

ବୃଷ: ବନ୍ଧୁମାନଙ୍କ ସହିତ ଦିନଟି ହାସ୍ୟକୌତୁକରେ କରିବେ। ସାରାଦିନ ଖୁସି ମନରେ ରହିବେ। କୌଣସି ନୂଆ ବ୍ୟବସାୟର ଶୁଭାରମ୍ଭ କରନ୍ତୁ, ଲାଭ ହେବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ।

ମିଥୁନ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ବିଶେଷ ଯାତ୍ରାରେ ଯାଇପାରନ୍ତି। ଅଚାନକ ଢେର୍‌ସାରା ଧନ ପାଇବେ।

କର୍କଟ: ସମୟର ସଦୁପଯୋଗ କରନ୍ତୁ। ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହିତ ପ୍ରୟାସ କରନ୍ତୁ, ସଫଳ ହେବେ। ନିଜର ବାଣୀ ଓ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ: ଦେବ ଦର୍ଶନ ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ଆସିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଯାତ୍ରାରେ ଯାଇପାରନ୍ତି। ଏହା ବ୍ୟବସାୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା: ସଫଳତା ପ୍ରାପ୍ତିର ଦିନଟିଏ। ଯେତେ ମଧୁର କଥା କହିବେ, ସେତେ ଭଲ। ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବିଛା: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାମ ହାତକୁ ନେବେ ତାହାକୁ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ନୂଆ କିଛି କରିବା ଲାଗି ଭଲ ରହିବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ବ୍ୟବସାୟରେ ଅବରୋଧ ଦୂର ହେବ।

ମକର: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ଯଥେଷ୍ଟ ଲାଭ ସହିତ ଯଶ ବୃଦ୍ଧି ହେବ। ନୂଆ ଘର ବା ଜମି କିଣିବା ପାଇଁ ବିଚାର କରିବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରନ୍ତୁ; ଧୀରେ ଧୀରେ ଆଗକୁ ବଢ଼ିବେ। ପାରିବାରିକ ସମସ୍ୟା ନେଇ ଆପଣଙ୍କ ମନ ଟିକେ ବିଚଳିତ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ। ଅଫିସ୍‌ରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ପ୍ରେମ ସମ୍ପର୍କରେ ସଫଳତା ପାଇବେ।

 

Related story