୩୦ ଜୁନ, ଶନିବାର: ଚାକିରିକୁ ନେଇ କେମିତି ରହିବ ଦିନଟି

ମେଷ: ଶନିବାର ଆପଣଙ୍କର ଭଲରେ କଟିବାର ସମ୍ଭାବାନା ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ପିଲାମାନଙ୍କୁ ନେଇ ଥିବା ଚିନ୍ତା ଦୂର ହେବ। ଚାକିରି କ୍ଷେତ୍ରରେ ସମସ୍ୟା ଆସିପାରେ। ବୃଷ: ବ୍ୟବସାୟରେ ଅଧିକ ଲାଭର ଆଶା ରହିଛି। ଜମିଜମା ବିବାଦ ସମାଧାନ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇପାରେ। ବିଶେଷ କରି ପଦୋନ୍ନତି ଅଟକିବାର ସମ୍ଭାବନା ରହିଛି। ମିଥୁନ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ଚାକିରି ସମେତ ଜୀବନରେ ନୂଆ […]

horoscope

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 05:25 AM IST

ମେଷ: ଶନିବାର ଆପଣଙ୍କର ଭଲରେ କଟିବାର ସମ୍ଭାବାନା ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ପିଲାମାନଙ୍କୁ ନେଇ ଥିବା ଚିନ୍ତା ଦୂର ହେବ। ଚାକିରି କ୍ଷେତ୍ରରେ ସମସ୍ୟା ଆସିପାରେ।

ବୃଷ: ବ୍ୟବସାୟରେ ଅଧିକ ଲାଭର ଆଶା ରହିଛି। ଜମିଜମା ବିବାଦ ସମାଧାନ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇପାରେ। ବିଶେଷ କରି ପଦୋନ୍ନତି ଅଟକିବାର ସମ୍ଭାବନା ରହିଛି।

ମିଥୁନ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ଚାକିରି ସମେତ ଜୀବନରେ ନୂଆ ସମ୍ଭାବନା ସୃଷ୍ଟି ହେବ। ଏକାଧିକ ଶୁଭ ସମ୍ବାଦ ପାଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି।

କର୍କଟ: ଆର୍ଥିକ ଦୃଷ୍ଟିରୁ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ବ୍ୟବସାୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। କାହା ସହ ବାଦ-ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ମତାନ୍ତର ଘଟିପାରେ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ର ଫଳ ଆଣିପାରେ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏହାସହ ପାରିବାରିକ କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି।

ତୁଳା: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଖର୍ଚ୍ଚ ବଢ଼ିପାରେ। ପିଲାଙ୍କ ସହଯୋଗରେ ଦିନଟି ଭଲରେ କଟିବ।

ବିଚ୍ଛା: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏହାବାଦ ଦିନଟି ଭଲରେ କଟିବ। ପାରିବାରିକ ସହଯୋଗ ପାଇବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ: ବନ୍ଧୁଙ୍କ ସହଯୋଗ ପାଇବାର ସମ୍ଭାବନା ରହିଛି। କୌଣସି ପୁରୁଣା ବନ୍ଧୁ ହଠାତ ସହଯୋଗର ହାତ ବଢ଼ାଇ ପାରନ୍ତି। ନୂଆ ଗାଡ଼ି କିଣିବାର ଯୋଗ ରହିଛି। ଅଟକି ରହିଥିବା କମ ପୂରା ହୋଇଯିବାର ସମ୍ଭାବନା ରହିଛି।

କମର: ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ହଠାତ ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ଦିନଟି ମାନ୍ଦାରେ କଟିବ। ପାରିବାରିକ ସମ୍ପର୍କକୁ ନେଇ ସମସ୍ୟା ଉପୁଜି ପାରେ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଏହାବାଦ ଧନ ଓ ଉପହାର ପ୍ରାପ୍ତିର ଯୋଗ ରହିଛି।

ମୀନ: ମାନ-ସମ୍ମାନ ବଢ଼ିବା ସହ ଉପହାର ମିଳିବାର ଯୋଗ ରହିଛି। ରାଜନୀତି ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ। ବିବାହକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।

Related story