୩୦ ମେ, ବୁଧବାର: ଜାଣନ୍ତୁ କାହାର ଭାଗ୍ୟ ନୂଆ ମୋଡ ନେବ

ମେଷ: ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ବୃଷ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟ ଲାଗି ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଉଧାର ପଇସା ଫେରସ୍ତ ପାଇବେ। ମିଥୁନ: ଘରେ ଖୁସିର ମାହୋଲ ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ନୂଆ ସମ୍ବନ୍ଧ ଆରମ୍ଭ ହେବ। କୌଣସି ନୂଆ ପରିଯୋଜନା […]

Rasiphala-image-840x440-1-2-2-1-840x440-1

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 06:50 AM IST

ମେଷ: ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।

ବୃଷ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟ ଲାଗି ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଉଧାର ପଇସା ଫେରସ୍ତ ପାଇବେ।

ମିଥୁନ: ଘରେ ଖୁସିର ମାହୋଲ ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ନୂଆ ସମ୍ବନ୍ଧ ଆରମ୍ଭ ହେବ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ।

କର୍କଟ: ଆର୍ଥିକ ସ୍ଥିରତା ଲାଗି ପରିଶ୍ରମର ଗତି ଅଧିକ କରିବାକୁ ହେବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ସମ୍ଭବ ହେଲେ ଦୂରସ୍ଥାନ ଯାତ୍ରାରୁ ନିବୃତ୍ତ ରହନ୍ତୁ।

ସିଂହ: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।

କନ୍ୟା: ଆପଣଙ୍କ ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ଦିନଟି ଶୁଭ ରହିବ। ରାଜନୀତିରେ ସଫଳତା ମିଳିବ।

ତୁଳା: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ବିଦେଶ ଯିବା ପାଇଁ ଯୋଜନା କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ବଢ଼ିଆ ରହିବ।

ବିଛା: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ଭବିଷ୍ୟତରେ ଲାଭ ମିଳିବା ପାଇଁ ନିବେଶର ପ୍ରସ୍ତାବ ପାଇବେ। ସନ୍ତାନଙ୍କ କୌଣସି ବିଶେଷ କାର୍ଯ୍ୟ ପାଇଁ ଧନ ଖର୍ଚ୍ଚ ହୋଇପାରେ। ଶତ୍ରୁମାନଙ୍କ ପ୍ରତି ସତର୍କ ରହନ୍ତୁ।

ଧନୁ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ଘରର ବାତାବରଣ ଆନନ୍ଦ ଉଲ୍ଲାସ ରହିବ। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ।

ମକର: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। କୌଣସି ବଡ଼ କଂପାନିରେ ଚାକିରି ପ୍ରସ୍ତାବ ମିଳିପାରେ।

କୁମ୍ଭ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣଙ୍କ ରଚନାତ୍ମକ କାର୍ଯ୍ୟକଳାପରେ ଲୋକେ ପ୍ରଭାବିତ ହେବେ।

ମୀନ: ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ମହିଳାଙ୍କୁ ଜୀବନସାଥୀଙ୍କଠାରୁ ସୁନ୍ଦର ଉପହାର ପାଇବେ।

Related story