୫ ଜୁନ୍‌ ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଅଳସୁଆ ଅନୁଭବ କରିବେ

ମେଷ: ବନ୍ଧୁମାନଙ୍କ ସହିତ ଦିନଟି ଖୁସିରେ କଟିବ। ଉପହାର ମିଳିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଚାକିରି କରିଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତି ମଧ୍ୟ ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ ଦିନଟି ଶୁଭ ଫଳ ଦେବ। ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ। ଖର୍ଚ୍ଚ ବଢ଼ିବ। କର୍କଟ: କଥାବାର୍ତ୍ତାରେ ସାବଧାନତା ଅବଲମ୍ବନ କରନ୍ତୁ। […]

Rasiphala-image-840x440-1-2-2-1-840x440-1-2

Rakesh Mallick
  • Published: Tuesday, 05 June 2018
  • , Updated: 05 June 2018, 07:19 AM IST

ମେଷ: ବନ୍ଧୁମାନଙ୍କ ସହିତ ଦିନଟି ଖୁସିରେ କଟିବ। ଉପହାର ମିଳିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଚାକିରି କରିଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତି ମଧ୍ୟ ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ ଦିନଟି ଶୁଭ ଫଳ ଦେବ।

ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ। ଖର୍ଚ୍ଚ ବଢ଼ିବ।

କର୍କଟ: କଥାବାର୍ତ୍ତାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ।

ସିଂହ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ। ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ସହକର୍ମୀଙ୍କ ସହଯୋଗ ପାଇବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସଫଳତା ପୂର୍ବକ କାର୍ଯ୍ୟ ସମ୍ପାଦନ କରିବେ। ଖର୍ଚ୍ଚରେ ପଡ଼ିପାରନ୍ତି।

ତୁଳା: ଦିନଟି ଭଲ ରହିବ ନାହିଁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବିବାଦରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ବିଚ୍ଛା: ସମ୍ପର୍କୀୟଙ୍କ ସହିତ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ଦରକାରୀ କାଗଜପତ୍ର ସାବଧାନତା ସହ ରଖନ୍ତୁ। ନକାରାତ୍ମକ ଚିନ୍ତାଧାର ଯୋଗୁଁ ଦେହ ଖରାପ ହେବ।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ପରିବାର ସହ ଭ୍ରମଣରେ ଯାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ।

ମକର: ପରିବାରରେ କଳହ ଲାଗିପାରେ। କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ। ଅସୁସ୍ଥ ଅନୁଭବ କରିବେ। ଆଖିରେ ସମସ୍ୟା ଦେଖା ଦେଇପାରେ।

କୁମ୍ଭ: ଦିନଟି ଭଲରେ କଟିବ। ମନ ପ୍ରଫୁଲ୍ଲ ରହିବ। ପରିବାର ସହିତ ଭ୍ରମଣରେ ଯାଇ ପାରନ୍ତି। ଉପହାର ମିଳିବ। ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ।

ମୀନ: ଲୋଭ କରନ୍ତୁ ନାହିଁ। ଆର୍ଥ କାରବାରରେ ସାବଧାନ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବେ। ପରିବାର ସହିତ ମତାନ୍ତର ହୋଇପାରେ।

Related story