ମେଷ: ଆର୍ଥିକ ସ୍ଥିତିରେ ସୁଧାର ସହ ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପତ୍ତି ଲାଭର ମଧ୍ୟ ଯୋଗ ରହିଛି।
ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ଥିବା ଧନ ଆପଣଙ୍କ ହାତକୁ ଫେରିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ।
ମିଥୁନ: ଧନ ଲାଭର ଯୋଗ ରହିଛି। ଅଟକିଥିବା କାମ ମଧ୍ୟ ଖୁବ୍ଶିଘ୍ର ସମ୍ପନ୍ନ ହେବ।
କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପାରୁଛନ୍ତି ଯଦି କାର୍ଯ୍ୟକ୍ଷେତ୍ରରେ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।
ସିଂହ: ପରିବାରରେ ଶାନ୍ତି ଆସିବ। ପିଲାମାନଙ୍କ ଯତ୍ନ ନିଅନ୍ତୁ। ସ୍ଥାନ ପରିବର୍ତ୍ତନର ହୋଇପାରେ।
କନ୍ୟା: ଖାଦ୍ୟପେୟର ଧ୍ୟାନ ରଖନ୍ତୁ। ବନ୍ଧୁ ପରିଜନ ଆପଣଙ୍କୁ ଆର୍ଥିକ ସହଯୋଗର ହାତ ବଢାଇବେ। ବିବାହ ସ୍ଥିର ହେବାର ମଧ୍ୟ ସମ୍ଭାବନା ରହିଛି।
ତୁଳା: ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ସମ୍ମାନ ସହ ଧନପ୍ରାପ୍ତି ଓ ଦୂରଯାତ୍ରାର ସୁଯୋଗ ମିଳିପାରେ।
ବିଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥକ ସମସ୍ୟାରେ ପଡିପାରନ୍ତି। ନୀଳ ରଙ୍ଗର ବସ୍ତୁ ଦାନ କରନ୍ତୁ ଶୁଭଫଳ ପାଇବେ।
ଧନୁ: ଦିନତମାମ ଧାଁ ଧପଡ କରି କ୍ଲାନ୍ତ ହୋଇପଡିବେ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନିଜ ଜୀବନସାଥୀଙ୍କ ଦେହର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ।
ମକର: ବିବାଦଠାରୁ ଦୂରେଇ ରୁହନ୍ତୁ। ଲେଖାପଢାରେ ମନ ଦିଅନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।
କୁମ୍ଭ: କ୍ୟାରିୟରରେ ସଫଳତା ମିଳିବ। ଅଟକିଥିବା କାମ ପୂରା ହେବ।
ମୀନ: ଆର୍ଥିକ ସମସ୍ୟାରେ ପଡିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।