୨୯ ମେ’ ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶତ୍ରୁଠାରୁ ଦୂରେଇ ରହିବେ

ମେଷ: ଆଧ୍ୟାତ୍ମକି ଦିଗରେ ମନ ଲାଗି ରହିବ। ପୂଜାର୍ଚ୍ଚନା ସହିତ ପୌରାଣିକ ଚର୍ଚ୍ଚାରେ ଲିପ୍ତ ରହିବେ। କଥା ଉପରେ ସଞ୍ଜମତା ରକ୍ଷା କରନ୍ତୁ। ଈଶ୍ୱରଙ୍କ କୃପା ଦୃଷ୍ଟି ରହିବ। ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଭ୍ରମଣରେ ଯାଇପାରନ୍ତି। ସମ୍ପର୍କିୟଙ୍କଠାରୁ ସୁ-ସମ୍ବାଦ ପାଇବେ। ମା’ ଲକ୍ଷ୍ମୀ କୃପା କରିବେ। ମିଥୁନ: ଆପଣଙ୍କ ପାଇଁ ଆଜି ଦିନଟି ଶୁଭ। ଘରେ ଶାନ୍ତିର ବାତାବରଣ ରହିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ। କର୍କଟ: ଦିନଟି […]

Rasiphala-image-840x440-1-2-2-1-840x440-1

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 08:16 AM IST

ମେଷ: ଆଧ୍ୟାତ୍ମକି ଦିଗରେ ମନ ଲାଗି ରହିବ। ପୂଜାର୍ଚ୍ଚନା ସହିତ ପୌରାଣିକ ଚର୍ଚ୍ଚାରେ ଲିପ୍ତ ରହିବେ। କଥା ଉପରେ ସଞ୍ଜମତା ରକ୍ଷା କରନ୍ତୁ। ଈଶ୍ୱରଙ୍କ କୃପା ଦୃଷ୍ଟି ରହିବ।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଭ୍ରମଣରେ ଯାଇପାରନ୍ତି। ସମ୍ପର୍କିୟଙ୍କଠାରୁ ସୁ-ସମ୍ବାଦ ପାଇବେ। ମା’ ଲକ୍ଷ୍ମୀ କୃପା କରିବେ।

ମିଥୁନ: ଆପଣଙ୍କ ପାଇଁ ଆଜି ଦିନଟି ଶୁଭ। ଘରେ ଶାନ୍ତିର ବାତାବରଣ ରହିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ।

କର୍କଟ: ଦିନଟି ଶାନ୍ତିରେ କଟିବ। ବ୍ୟବସାୟୀମାନେ ଲାଭବାନ ହେବେ। କାର୍ଯ୍ୟ କ୍ଷେତ୍ରରେ ଉପର ଅଫିସରଙ୍କଠାରୁ ସହଯୋଗ ମିଳିବ। ବିବାଦରୁ ଦୂରେଇ ରୁହନ୍ତୁ।

ସିଂହ: ଭୁଲ ବୁଝାମଣା ଯୋଗୁଁ ଘରେ ଅଶାନ୍ତି ଲାଗି ରହିବ। ଏହି କାରଣରୁ ମନରେ ଚିନ୍ତା ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଜମିଜମା ମାମଲାରେ ସତର୍କ ରୁହନ୍ତୁ।

କନ୍ୟା: ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ। ମାନ-ସମ୍ମାନ ବୃଦ୍ଧି ହେବ।

ତୁଳା: ବୁଦ୍ଧି ବିଚାରୀ କାର୍ଯ୍ୟ କରନ୍ତୁ। ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ଚିନ୍ତିତ ରହିବେ। ସନ୍ତାନ ସହିତ ଦ୍ୱନ୍ଦ୍ୱ ଉପୁଜି ପାରେ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ଆଜି ଦିନଟି ଆପଙ୍କ ପାଇଁ ଶୁଭ। ସ୍ୱାସ୍ଥ୍ୟ ଭଲ ରହିବ। ସହପାଠୀଙ୍କ ସହଯୋଗ ମିଳିବ। ଉପହାର ମିଳିବ। ସୁସମ୍ବାଦ ମିଳିବା ସହିତ ଧନପ୍ରାପ୍ତି ଯୋଗ ରହିଛି।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ମା’ଙ୍କ ଶରୀର ଅସୁସ୍ଥ ହୋଇପାରେ। ମାନହାନୀ ହେବାର ଯୋଗ ରହିଛି। ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ।

ମକର: ଦିନଟି ଆପଣଙ୍କ ପାଇ ଭଲରେ କଟିବ। କର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ।

କୁମ୍ଭ: ଅଜି ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମ କ୍ଷେତ୍ରରେ ସଫଳତା ପାଇବେ। ମନ ପ୍ରଫୁଲ୍ଲ ରହିବ।

ମୀନ: ମନରେ ଅଶାନ୍ତି ରହିବ। କ୍ଲାନ୍ତ ଅନୁଭବ କରିବେ। ଉଚ୍ଚ ଅଧିକାରୀଙ୍କ ସହିତ ତର୍କ କରନ୍ତୁ ନାହିଁ।

Related story