୨୩ ମେ ବୁଧବାର, ଜାଣନ୍ତୁ କେଉଁ ରାଶିର ଲୋକଙ୍କୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ଆପଣଙ୍କ ମନ ଲିଖନ କାର୍ଯ୍ୟରେ ଲାଗି ରହିବ। ବିଦେଶରେ ଶିକ୍ଷା ଲାଭ ପାଇଁ ଭଲ ଯୋଗ ରହିଛି। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବୃଷ: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ବନ୍ଧୁ ସହଯୋଗ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ମିଥୁନ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ। ଯୋଜନା ପ୍ରସ୍ତୁତ କରିବେ ଏବଂ […]

Rasiphala-image-840x440-1

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 07:18 AM IST

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ଆପଣଙ୍କ ମନ ଲିଖନ କାର୍ଯ୍ୟରେ ଲାଗି ରହିବ। ବିଦେଶରେ ଶିକ୍ଷା ଲାଭ ପାଇଁ ଭଲ ଯୋଗ ରହିଛି। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ।

ବୃଷ: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ବନ୍ଧୁ ସହଯୋଗ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ।

ମିଥୁନ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ। ଯୋଜନା ପ୍ରସ୍ତୁତ କରିବେ ଏବଂ ଯୋଜନା କ୍ରିୟାନ୍ଵିତ କରିବା ମନୋଭାବରେ ରହିବେ। ରାଜନୀତିରେ ମନୋକାମନା ପୂରଣ ହେବ।

କର୍କଟ: ଆପଣଙ୍କ କୌତୁକିଆ ସ୍ୱଭାବ ଲୋକପ୍ରିୟତା ବୃଦ୍ଧି କରାଇବ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ଵ ଦେବେ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିବ।

ସିଂହ: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। ଧନଲାଭର ନୂଆ ଅବସର ମିଳିବ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ଚାକିରିଆଙ୍କୁ ଭଲ ପ୍ରସ୍ତାବ ମିଳିବା ଯୋଗ ରହିଛି।

କନ୍ୟା: ଦିନଟି ଲାଭପ୍ରଦ ରହିବ। ଅଫିସରେ କୌଣସି ବରିଷ୍ଠଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ।

ତୁଳା: ଦିନଟି ଆପଣଙ୍କୁ ଆରାମ ଦେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବଢ଼ିଆ ହେବ। ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ।

ବିଛା: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। କୌଣସି ବଡ଼ ଫଇସଲା ତରବରିଆ ଭାବେ ନିଅନ୍ତୁ ନାହିଁ। ବ୍ୟାଙ୍କରେ ଅର୍ଥ ନେଣଦେଣ ସାବଧାନତାର ସହ କରିବା ଜରୁରୀ।

ଧନୁ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। କୌଣସି ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

ମକର: ଆପଣଙ୍କ ଆକର୍ଷକ ଶକ୍ତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିଦେବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ।

କୁମ୍ଭ: ଦିନଟି ସକାରାତ୍ମକଭରା ରହିବ। ସ୍ଥଗିତ ଥିବା କାମ ପୂରା ହୋଇପାରେ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି କିଛି ନୂଆ କରି ଶିକ୍ଷା ଲାଭ କରିବେ।

ମୀନ: ସାରାଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ।

Related story