ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିବୁ: ନରସିଂହ ମିଶ୍ର

ଭୁବନେଶ୍ୱର: ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ କୁହାଇ ନ ଦେବା ଏକ କଳଙ୍କିତ ଅଧ୍ୟାୟ ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ଦଳୀୟ ବିଧାୟକଙ୍କର ଏକ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କରେ ସଂକଳ୍ପ ପାରିତ ହୋଇଛି। ରାଜ୍ୟରେ ସମ୍ବିଧାନ ବ୍ୟବସ୍ଥା ଭୁଷୁଡି ଯାଇଛି। ଏ ନେଇ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରାଯିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି, “ଆମେ ରାଜ୍ୟପାଳଙ୍କୁ ସାକ୍ଷାତ କରି […]

narashingha

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 04:24 PM IST

ଭୁବନେଶ୍ୱର: ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ କୁହାଇ ନ ଦେବା ଏକ କଳଙ୍କିତ ଅଧ୍ୟାୟ ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ଦଳୀୟ ବିଧାୟକଙ୍କର ଏକ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କରେ ସଂକଳ୍ପ ପାରିତ ହୋଇଛି। ରାଜ୍ୟରେ ସମ୍ବିଧାନ ବ୍ୟବସ୍ଥା ଭୁଷୁଡି ଯାଇଛି। ଏ ନେଇ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରାଯିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସେ କହିଛନ୍ତି, “ଆମେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରିବା ସହ ସ୍ମାରକପତ୍ର ଦେବୁ। ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଜାରି କରିବାକୁ ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ କରିବୁ। ଜଣେ ମୁଖ୍ୟମନ୍ତ୍ରୀ ଯିଏ ସମ୍ବିଧାନକୁ ସୁରକ୍ଷା ଦେବାକୁ ଶପଥ ନେଇଥିଲେ, ଆଜି ତା’ର ଉଲ୍ଲଂଘନ କରିଛନ୍ତି। ବିରୋଧୀ ଦଳ ନେତା ଓ ସଦସ୍ୟମାନେ ଗୃହରେ ଆଲୋଚନା କରିବା ପାଇଁ ସାମ୍ବିଧାନିକ ଅଧିକାର ପାଇଛନ୍ତି। ସେ ଅଧିକାରକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ଷୁର୍ଣ୍ଣ କରାଯାଉଛି। ଗତକାଲି ଓ ଆଜି ସରକାରୀ ଦଳ ସଦସ୍ୟଙ୍କ ଆଚରଣରୁ ଏହା ସ୍ପଷ୍ଟ ଜଣାପଡୁଛି।”

ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସୁଛି ଓ ସେଠାରୁ ନିର୍ଦ୍ଦେଶ ଆସୁଛି, ବିରୋଧୀ ଦଳ ନେତାଙ୍କୁ କୁହାଇ ନ ଦେବା ପାଇଁ। ବିଧାନସଭା ବାହାରେ ଦଳର ମୁଖପାତ୍ର ଏବଂ ମନ୍ତ୍ରୀମାନେ ସ୍ପଷ୍ଟ ଭାବେ ମନ୍ତବ୍ୟ ରଖୁଛନ୍ତି, ବିରୋଧୀ ଦଳ ନେତାଙ୍କୁ ଗୃହରେ କହିବାକୁ ଦିଆଯିବ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କ ଔଦ୍ଧତ୍ୟ ବଢି ଗଲାଣି, ସେ ସମ୍ବିଧାନକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଏକଛତ୍ରବାଦ୍‌ ଶାସନ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି। ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ବାଚସ୍ପତିଙ୍କ କର୍ତ୍ତବ୍ୟ ବିରୋଧୀ ଦଳଙ୍କୁ ସୁରକ୍ଷା ଦେବା, ହେଲେ ସେ ଏଥିରେ ବିଫଳ ହୋଇଛନ୍ତି।”

ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମିଳିନାହିଁ। ଅନୁମତି ମିଳିବା ପରେ ତାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିବୁ ବୋଲି ମିଶ୍ର କହିଛନ୍ତି।

Related story