ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ନିଜର ୬ ଜଣ ସେବକଙ୍କ ସହିତ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଦୁଇ ଜଣ ସାଧକ, ଦୁଇ ଜଣ ସଚିବ ଓ ଦୁଇ ଜଣ ସଚିବଙ୍କ ସହିତ ଶଙ୍କରାଚାର୍ଯ୍ୟ ପ୍ରଥମେ ତାଳଧ୍ୱଜ ରଥକୁ ଯାଇ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରିଥିଲେ। ତା’ପରେ ସେ ଯାଇଥିଲେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ। ଶେଷରେ ସେ ଯାଇଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ […]

jagadguru

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 08:26 AM IST

ପୁରୀ: ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ନିଜର ୬ ଜଣ ସେବକଙ୍କ ସହିତ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଦୁଇ ଜଣ ସାଧକ, ଦୁଇ ଜଣ ସଚିବ ଓ ଦୁଇ ଜଣ ସଚିବଙ୍କ ସହିତ ଶଙ୍କରାଚାର୍ଯ୍ୟ ପ୍ରଥମେ ତାଳଧ୍ୱଜ ରଥକୁ ଯାଇ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରିଥିଲେ। ତା’ପରେ ସେ ଯାଇଥିଲେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ। ଶେଷରେ ସେ ଯାଇଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ। ସେବାୟତମାନେ ତାଙ୍କୁ ପ୍ରତି ରଥକୁ ପାଛୋଟି ନେଇ ଯାଇଥିଲେ।

ଗତବର୍ଷ ଶଙ୍କରାଚାର୍ଯ୍ୟ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିବାକୁ ଯାଇନଥିଲେ। ଶଙ୍କରାଚାର୍ଯ୍ୟଙ୍କ ସହିତ କେତେ ଜଣ ସେବକ ରଥାରୂଢ଼ ବିଗ୍ରହମାନଙ୍କୁ ଦର୍ଶନ କରିବାକୁ ଆସିବେ ସେନେଇ ବିବାଦ ସୃଷ୍ଟି ହେବାକୁ ଅଭିମାନ କରି ସେ ରଥକୁ ଆସି ନଥିଲେ। ତେବେ ଏହି ବିବାଦକୁ ତୁଟାଇବା ପାଇଁ ଏଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଗତ ମେ’ ୨୬ରେ ନିଜେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ, ପରିଚାଳନା କମିଟି ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ତ୍ତୃପକ୍ଷ ଦେବସ୍ନାନ ପୂର୍ଣ୍ଣିମାକୁ ନିମନ୍ତ୍ରଣ କରିବା ପରେ ଜଗତଗୁରୁ ଦେବସ୍ନାନ ପୂର୍ଣ୍ଣିମାରେ ଦର୍ଶନ କରିବାକୁ ଆସିଥିଲେ। ତା’ପରେ ଚଳିତ ବର୍ଷ ଶଙ୍କରଚାର୍ଯ୍ୟଙ୍କୁ ତାଙ୍କର ୬ ଜଣ ସେବକଙ୍କ ସହିତ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ପ୍ରଦୀପ ଦାଶ, ସୂଚନା ଅଧିକାରୀ ସୁଦୀପ୍ତ ଚାଟାର୍ଜୀ ଗୋବର୍ଦ୍ଧନ ମଠକୁ ଯାଇ ନିମନ୍ତ୍ରଣ କରିଥିଲେ। ଜଗଦଗୁରୁ ନିମନ୍ତ୍ରଣ ସ୍ୱୀକାର କରିଥିଲେ ଓ ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବେ ବୋଲି କହିଥିଲେ।

Related story