ରଥଟଣା ବେଳେ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା: ପୋଲିସ୍ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲା ପ୍ରଶାସନ

ଭୁବନେଶ୍ୱର: ରଥଟଣା ବେଳେ ଗତକାଲି ପୁରୀରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଜଣେ ବ୍ୟକ୍ତିଙ୍କର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଥିଲା। ଏହି ତିନୋଟି ମୃତ୍ୟୁ ଘଟଣାରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୋଲିସ୍ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଛି। ଏହି ରିପୋର୍ଟ ଆଧାରରେ ସମସ୍ତ ଡକ୍ୟୁମେଣ୍ଟ ତନଖି କରିବା ପରେ ମୃତ ତିନି ଜଣଙ୍କ ପରିବାର ଲୋକଙ୍କୁ ବୀମା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। […]

suresh

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 11:51 AM IST

ଭୁବନେଶ୍ୱର: ରଥଟଣା ବେଳେ ଗତକାଲି ପୁରୀରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଜଣେ ବ୍ୟକ୍ତିଙ୍କର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଥିଲା। ଏହି ତିନୋଟି ମୃତ୍ୟୁ ଘଟଣାରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୋଲିସ୍ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଛି। ଏହି ରିପୋର୍ଟ ଆଧାରରେ ସମସ୍ତ ଡକ୍ୟୁମେଣ୍ଟ ତନଖି କରିବା ପରେ ମୃତ ତିନି ଜଣଙ୍କ ପରିବାର ଲୋକଙ୍କୁ ବୀମା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର।

ଅନ୍ୟପକ୍ଷରେ ଗତକାଲି ରଥଟଣା ବେଳେ ପ୍ରାଣ ହରାଇଥିବା ଦୁଇ ମହିଳାଙ୍କ ପରିଚୟ ମିଳିଛି। ଏ ଦୁଇ ଜଣ ହେଲେ ପଟ୍ଟାମୁଣ୍ଡାଇର ସୁଶୀଲା ସାମନ୍ତରାୟ ଓ ନୟାଗଡ଼ର ନିର୍ମଳା ବରାଳ। ଆହତ ହୋଇଥିବା ୬ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ଡାକ୍ତରଖାନାର ଏମର୍ଜେନ୍ସୀ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ମାର୍କେଟ ଛକଠାରୁ ବଳଗଣ୍ଡି ଓ ହିନ୍ଦୀ ସ୍କୁଲ୍ ନିକଟରେ ଠେଲାପେଲା ଯୋଗୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଉ ୬ ଜଣ ଆହତ ହୋଇଥିଲେ। ସେହିଭଳି ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

Related story