ରାଉରକେଲା: ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ରାଉରକେଲା: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦଣ୍ଡିଆପାଲିରେ ଗତକାଲି ବିଳମ୍ୱିତ ରାତିରେ ୪ ଜଣ ଦୁର୍ବୃତ୍ତ ବ୍ୟବସାୟୀ ସଞ୍ଜୟ କୁମାର ସୁନିଙ୍କୁ ଗୁଳି କରି ଫେରାର୍‌ ହୋଇଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଜଂଘରେ ଗୁଳି ବାଜିଛି।  ସେ ବିପଦ ମୁକ୍ତ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। କେଉଁ କାରଣରୁ ଗୁଳିମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଆହତ ସଞ୍ଜୟ କୁମାର […]

firing

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 01:27 PM IST

ରାଉରକେଲା: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦଣ୍ଡିଆପାଲିରେ ଗତକାଲି ବିଳମ୍ୱିତ ରାତିରେ ୪ ଜଣ ଦୁର୍ବୃତ୍ତ ବ୍ୟବସାୟୀ ସଞ୍ଜୟ କୁମାର ସୁନିଙ୍କୁ ଗୁଳି କରି ଫେରାର୍‌ ହୋଇଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଜଂଘରେ ଗୁଳି ବାଜିଛି।  ସେ ବିପଦ ମୁକ୍ତ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

କେଉଁ କାରଣରୁ ଗୁଳିମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଆହତ ସଞ୍ଜୟ କୁମାର ସୁନି କହିଛନ୍ତି,“ ୪ ଜଣ ଦୁର୍ବୃତ୍ତ ଏକ ନମ୍ୱର ବିହୀନ ସ୍କୁଟିରେ ଆସି ମୋତେ ଟଙ୍କା ଓ ମୋବାଇଲ୍‌ ମାଗିଥିଲେ। ନ ଦେବାରୁ ମୋ’ ଉପରକୁ ଗୁଳି ଚଳାଇଥିଲେ।”

Related story