ପୁଅ ପାଇଁ ରେମଣ୍ଡ ମାଲିକଙ୍କ ଆଖିରେ ଲୁହ: କହିଲେ ବଞ୍ଚିଥିବା ବେଳେ କେହି ବାପା ମା’ ସବୁ ସମ୍ପତ୍ତି ପୁଅଝିଅଙ୍କ ନାମରେ କରିବା ଅନୁଚିତ୍‌

ନୂଆଦିଲ୍ଲୀ: ରେମଣ୍ଡ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ତଥା  ବିଶିଷ୍ଟ ଶିଳ୍ପପତି  ବିଜୟ ପଥ ସିଂଘାନିଆ ଏବେ ଚର୍ଚ୍ଚାରେ । ଦିନେ ହଜାରେ କୋଟିର ମାଲିକ ସାଜିଥିବା ସିଂଘାନିଆ ପୁଅ ପାଇଁ ଭିକାjg ପାଲଟିଯିବା ପରେ କୋର୍ଟର ଦ୍ୱାରସ୍ଥ ହେବା ପରଠାରୁ ଗତ କିଛିଦିନ ହେବ ସେ ଗଣମାଧ୍ୟମର ମୁଖ୍ୟ ସିରୋନାମାରେ ଆସିଥିଲେ।  ଭଡ଼ାଘରେ ରହି ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସିଂଘାନିଆ ସପ୍ତାହକ ତଳେ ନିଜ ହକ୍‌ ପାଇଁ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ମୁମ୍ବାଇ […]

remond

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 11:15 PM IST

ନୂଆଦିଲ୍ଲୀ: ରେମଣ୍ଡ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ତଥା  ବିଶିଷ୍ଟ ଶିଳ୍ପପତି  ବିଜୟ ପଥ ସିଂଘାନିଆ ଏବେ ଚର୍ଚ୍ଚାରେ । ଦିନେ ହଜାରେ କୋଟିର ମାଲିକ ସାଜିଥିବା ସିଂଘାନିଆ ପୁଅ ପାଇଁ ଭିକାjg ପାଲଟିଯିବା ପରେ କୋର୍ଟର ଦ୍ୱାରସ୍ଥ ହେବା ପରଠାରୁ ଗତ କିଛିଦିନ ହେବ ସେ ଗଣମାଧ୍ୟମର ମୁଖ୍ୟ ସିରୋନାମାରେ ଆସିଥିଲେ।  ଭଡ଼ାଘରେ ରହି ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସିଂଘାନିଆ ସପ୍ତାହକ ତଳେ ନିଜ ହକ୍‌ ପାଇଁ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।

ସେତେବେଳେ ମୁମ୍ବାଇ ମିରରେ ଏହି ଘଟଣାକୁ ନେଇ ଏକ ବିସ୍ତ୍ରୁତ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଉକ୍ତ ଗଣମାଧ୍ୟମ ପକ୍ଷରୁ ହୋଇଥିବା ସାକ୍ଷାତକାରରେ ସିଂଘାନିଆ ନିଜ ପାରିବାରିକ ଜୀବନର ଅନେକ ଗୁମର ଖୋଲିଛନ୍ତି। ଏହି ସାକ୍ଷାତକାରରେ ସେ କେବଳ ବ୍ୟକ୍ତିଗତ ଜୀବନର ଅକୁହା କଥା କହିନାହାନ୍ତି ବରଂ କେତେକ ପରାମର୍ଷ ମଧ୍ୟ ଦେଇଛନ୍ତି। ସେହିପରି ତାଙ୍କ ପୁଅ ମଧ୍ୟ ବାପାଙ୍କ କଥା ଉପରେ ଜବାବ ରଖିଛନ୍ତି।  ବାପ ପୁଅଙ୍କୁ ନେଇ ପୃଥକ ପୃଥକ ଆଲୋଚନା ବେଳେ ଉଭୟ ସମାଧାନ ପାଇଁ ରାଜି ହୋଇଥିବା କହିଛନ୍ତି।

ଦୀର୍ଘଦିନରୁ ପୁଅ ଗୌତମଙ୍କ ସହ ଥିବା ମତଭେଦ ଦୂର ପାଇଁ ସେ ଚାହାନ୍ତି ବୋଲି  ବିଜୟ ପଥ ସିଂଘାନିଆ କହିଛନ୍ତି। ତେବେ କହୁ କହୁ ସିଂଘାନିଆ ଅନେକ କଥା କହିଥିଲେ। ପୁଅ ବିରୋଧରେ ଆପତ୍ତି ଅଭିଯୋଗ ଆଣିଥିଲେ। ଆଉ ଜୀବନରେ କରିଥିବା ଭୁଲ ପାଇଁ ଅନୁତାପ ମଧ୍ୟ କରିଥିଲେ। କହିଥିଲେ ସେ ପୁଅ ପ୍ରେମରେ ଅନ୍ଧ ହୋଇଯାଇଥିଲେ।

ଯେଉଁଥି ପାଇଁ ସବୁ କିଛି ସମ୍ପତ୍ତି ସେ ପୁଅ ନାମରେ କରାଇଦେଇଥିଲେ। ଦକ୍ଷିଣ ମୁମ୍ବାଇରେ ଭଡ଼ାରେ ରହୁଥିବା ବିଜୟପଥ ସିଂଘାନିଆ କହିଛନ୍ତି ପୁଅ ପାଇଁ ସେ ଏତେ ପାଗଳ ହୋଇଯାଥିଲେ ଯେ, କମ୍ପାନୀର ସବୁ ସେୟାର ତା’ ନାମରେ କରିବା ପାଇଁ ପଛାଇ ନ ଥିଲେ। ହେଲେ ଏହି ନିର୍ଣ୍ଣୟ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା ବୋଲି ସେ କହିଛନ୍ତି। ଯାହାର ପରିଣାମସ୍ୱରୁପ ତାଙ୍କୁ ଦାଣ୍ଡରେ ଭିକାରି ହେବାକୁ ପଡ଼ିଲା। ଆଲୋଚନା ବେଳେ ସେ କେତେକ ମାର୍ମିକ କଥା କହିଛନ୍ତି।

ତାଙ୍କ କହିବା ଅନୁଯାୟୀ କ୍ଷମତା ମିଳିଲେ ଜଣକର ପ୍ରକୃତ ରୂପଟା ପଦାକୁ ଆସିଥଏ।  ଯେଉଁଥି ପାଇଁ ସେ  କାହାକୁ ଇନ୍ଦ୍ର ମାନେନି।  ଯାହା ତାଙ୍କ  କ୍ଷେତ୍ରରେ ଘଟିଛି ବୋଲି କହିଛନ୍ତି। ସେ କହିଛନ୍ତି ପରିବାରରେ ସମସ୍ତଙ୍କୁ ଭଲପାଇବା ଏକ ସ୍ୱାଭାବିକ୍‌ କଥା। ହେଲେ କାହା ପ୍ରତି କମ୍‌ଜୋର ରହିବା ସବୁଠୁ ବିପଦ। ଯାହା ସେ ନିଜ ଜୀବନରେ ଅଙ୍ଗେ ନିଭାଇଛନ୍ତି ବୋଲି କହିଛନ୍ତି। ଗଣମାଧ୍ୟମ ଯୋଗେ ଅଭିଭାବକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ବଞ୍ଚିଥିବା ବେଳେ ଜୀବନରେ କେହି କେବେ ନିଜର ସବୁ ସମ୍ପତ୍ତି ନିଜ ପୁଅ ଝିଅଙ୍କ ନାମରେ କରିଦେବା ଅନୁଚିତ୍‌। କାରଣ ଏବେ ପ୍ରତି ୧୦ ଜଣରେ ଜଣେ  ସୁସନ୍ତାନ ମିଳିବା କଷ୍ଟକର।

ସେପଟେ ପୁଅ ଗୌତମ ବାପାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି।  କହିଛନ୍ତି ଆମ ବାପ ପୁଅ ମଧ୍ୟରେ ଫାଟ ସୃଷ୍ଟି ହେବାରେ କିଛି ଚକ୍ରାନ୍ତ ଗୋଷ୍ଟୀ ଅଛନ୍ତି। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ବାପାଙ୍କୁ ବିଭ୍ରାନ୍ତି କରି ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ଉଭୟଙ୍କ ମଧ୍ୟରେ ଉପୁଜିଥିବା ମନାନ୍ତରକୁ ଦୂର କରିବା ପାଇଁ ସେ ଇଛା କରିଥିଲେ ମଧ୍ୟ ସିଧାସଳଖ ଆଲୋଚନା ପାଇଁ ବାପା କେବେ ରାଜି ହୋଇ ନାହାନ୍ତି  ବୋଲି ସେ କହିଛନ୍ତି।  ଏବେ ସେ ବିବାଦର ସମାଧାନ ପାଇଁ ରାଜିଥିବା ଗୌତମ କହିଛନ୍ତି।

ଅଧିକ ପଢନ୍ତୁ:  ଭିକାରୀ ପାଲଟିଲେ କୋଟିପତି: ଭଡ଼ାଘରେ ରହୁଛନ୍ତି ‘ରେମଣ୍ଡ’ କମ୍ପାନୀର ମାଲିକ

Related story