ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ। ଅଫିସର ଗ୍ରେଡ୍ ବି, ବ୍ୟାଙ୍କ ମେଡିକାଲ କନ୍ସଲଟାଣ୍ଟ ଓ ମେଡିକାଲ କନ୍ସଲ୍ଟାଣ୍ଟ ପଦବୀ ପାଇଁ ଦରଖସ୍ତ ଆହ୍ୱାନ କରାଯାଇଛି। ପଦବୀ ଅନୁସାରେ ଏହାର ଦରମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଜାଣି ରଖନ୍ତୁ କିଛି ଆବଶ୍ୟକ ସୂଚନା।
ପଦବୀ ସମ୍ପର୍କରେ: ମୋଟ ୧୬୬ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି।
ସାଧାରଣ ବର୍ଗ- ୧୨୭ ପଦବୀ
ଗ୍ରେଡ ବି ଡିଇପିଆର ପାଇଁ- ୨୨ଟି ସଂରକ୍ଷିତ
ଡିଏସ୍ଆଇଏମ୍- ୧୭ଟି ପଦବୀ ସଂରକ୍ଷିତ
ଯୋଗ୍ୟତା: ପଦବୀ ଅନୁସାରେ ମାଟ୍ରିକ୍, ଯୁକ୍ତ ଦୁଇ ଓ ସ୍ନାତକ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।
ବୟସ ସୀମା: ୨୧ରୁ ୩୦ ବର୍ଷ ଭିତରେ। ଏହାଛଡ଼ା ନିୟମ ଅନୁସାରେ ସଂରକ୍ଷିତ ବର୍ଗଙ୍କ ପାଇଁ କୋହଳ ବ୍ୟବସ୍ଥା ରହିଛି।
ଆବେଦନ ଫି: ସାଧାରଣ ଓ ଓବିସି ବର୍ଗଙ୍କ ପାଇଁ ୮୫୦ ଟଙ୍କା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୦୦
ଆବେଦନର ତାରିଖ: ୩ ଜୁଲାଇରୁ ୨୩ ଜୁଲାଇ ୨୦୧୮ ପର୍ଯ୍ୟନ୍ତ
ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା ହେବା ସହିତ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।