ରମାଦେବୀ ପ୍ରସଙ୍ଗ: ଜାତୀୟ ମହିଳା କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅଟକ ଘଟଣା ଜାତୀୟ ସ୍ତରରେ ପହଞ୍ଚିଛି। ଏହି ଘଟଣାରେ ବିଜେପି ଓ କଂଗ୍ରେସ ଜାତୀୟ ମହିଳା କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକୁ ନେଇ ପ୍ରତିବାଦ ଓ ବିକ୍ଷୋଭ ବଢୁଥିବା ବେଳେ ବିଜେଡି ପକ୍ଷରୁ ଏହା ବିରୋଧୀଙ୍କ ରାଜନୀତି ବୋଲି କୁହାଯାଇଛି। ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଜାତୀୟ ମହିଳା କମିଶନ ନିକଟରେ ଓ କଂଗ୍ରେସ ଜାତୀୟ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। […]

Bijay-prasad-sashibhusana

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 04:23 PM IST

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅଟକ ଘଟଣା ଜାତୀୟ ସ୍ତରରେ ପହଞ୍ଚିଛି। ଏହି ଘଟଣାରେ ବିଜେପି ଓ କଂଗ୍ରେସ ଜାତୀୟ ମହିଳା କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକୁ ନେଇ ପ୍ରତିବାଦ ଓ ବିକ୍ଷୋଭ ବଢୁଥିବା ବେଳେ ବିଜେଡି ପକ୍ଷରୁ ଏହା ବିରୋଧୀଙ୍କ ରାଜନୀତି ବୋଲି କୁହାଯାଇଛି। ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଜାତୀୟ ମହିଳା କମିଶନ ନିକଟରେ ଓ କଂଗ୍ରେସ ଜାତୀୟ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଦଳ ଜାତୀୟ ମହିଳା କମିଶନ ଓ ଜାତୀୟ ମାନବାଧିକାର ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପରବର୍ତ୍ତି ପଦକ୍ଷେପ ନିଆଯିବ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଦଳର ମହିଳା କାର୍ଯ୍ୟକର୍ତ୍ତା ଜାତୀୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରମାଦେବୀ ପ୍ରସଙ୍ଗକୁ ନେଇ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ପ୍ରତିବାଦ କରୁଛନ୍ତି। ବିଜେପି ଏହାକୁ ସମର୍ଥନ ଜଣାଇବ। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, ରମାଦେବୀ ପ୍ରସଙ୍ଗକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି। ଘଟଣା ସମ୍ପର୍କରେ ଭଲରେ ନ ଜାଣି ରାଜନୈତିକ ଦଳଗୁଡିକ ଛତ୍ରଛାତ୍ରୀମାନଙ୍କୁ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ଉତ୍ସାହିତ କରୁଛନ୍ତି। ଏହା ଶଭଙ୍କର ନୁହେଁ କି ସୁସ୍ଥ ପରମ୍ପରା ସୃଷ୍ଟି କରୁନାହିଁ।

ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଥିଲା। ସରକାର ଛାତ୍ରୀ ଅଟକ ଘଟଣାକୁ ଅସ୍ୱୀକାର କରୁଥିବାବେଳେ ବିରୋଧୀ କିନ୍ତୁ ଆକ୍ରମଣାତ୍ମକ ଢଙ୍ଗରେ ପ୍ରତିବାଦ କରିଚାଲିଛନ୍ତି।

Related story