ଚୌଦ୍ୱାର ଜେଲ୍‌ ଗଲା ରେହମାନ

କଟକ: ଚୌଦ୍ୱାର ଜେଲ୍ ଗଲା ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ। ଏବେ ତା’ର ବିଚାର ସାଲେପୁର କୋର୍ଟରେ ନ ହୋଇ କଟକ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ହେବ। ରେହମାନକୁ ଆଜି ସାଲେପୁର ଜେଏମ୍‌ଏଫସିଙ୍କ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଏହାସହ ୫୭୪ ପୃଷ୍ଠାର ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା। ଗତକାଲି ରେହମାନକୁ ଦିଲ୍ଲୀ ତିହାର ଜେଲରୁ କଟକ ଅଣାଯାଇଥିଲା। ଗତକାଲି ରାତିରୁ ରେହମାନ କଟକ ମାଲଗୋଦାମ ଥାନା ପୋଲିସ ହେପାଜତରେ ରହିଥିଲା ଆଜି […]

reheman

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 07:10 PM IST

କଟକ: ଚୌଦ୍ୱାର ଜେଲ୍ ଗଲା ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ। ଏବେ ତା’ର ବିଚାର ସାଲେପୁର କୋର୍ଟରେ ନ ହୋଇ କଟକ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ହେବ।

ରେହମାନକୁ ଆଜି ସାଲେପୁର ଜେଏମ୍‌ଏଫସିଙ୍କ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଏହାସହ ୫୭୪ ପୃଷ୍ଠାର ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା। ଗତକାଲି ରେହମାନକୁ ଦିଲ୍ଲୀ ତିହାର ଜେଲରୁ କଟକ ଅଣାଯାଇଥିଲା। ଗତକାଲି ରାତିରୁ ରେହମାନ କଟକ ମାଲଗୋଦାମ ଥାନା ପୋଲିସ ହେପାଜତରେ ରହିଥିଲା

ଆଜି ସକାଳୁ କଡା ସୁରକ୍ଷା ବଳୟରେ ତାକୁ ସାଲେପୁର ନିଆଯାଇ କୋର୍ଟରେ ହାଜର କରାଯାଇଥିଲା। ଅବଦୁଲ ରେହମାନ ବିରୋଧରେ ଜଗତପୁର ଥାନା ଅଞ୍ଚଳରେ ବେଆଇନ ଗତିବିଧି ଓ ଟାଙ୍ଗି ମଦ୍ରାସା ନେଇ ହୋଇଥିବା କେସ୍ ନମ୍ବର ୨୨୪/୨୦୧୫ ଅନୁଯାୟୀ ମାମଲା ରୁଜୁ ହୋଇଛି।

Related story