ଦୁର୍ଗମ ଅଞ୍ଚଳ ଚିହ୍ନଟ ପାଇଁ ଆରମ୍ଭ ହେବ ରିମୋଟ ଏରିଆ ମନିଟରିଂ ସିଷ୍ଟମ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡା ଓ କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗାଁର ବାସ୍ତବ ଚିତ୍ର ପଦାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର। ବିଶେଷ କରି ପାହାଡିଆ ଓ ଦୁର୍ଗମ ଅଞ୍ଚଳରେ ଥିବା କେଉଁ ସବୁ ଗାଁକୁ ଗମନାଗମନ ସୁବିଧା ନାହିଁ ସେନେଇ ଏକ ସର୍ଭେ କରାଯିବ। ଏଥିପାଇଁ ରିମୋଟ ଏରିଆ ମନିଟରିଂ ସିଷ୍ଟମ ଆରମ୍ଭ କରିବେ ରାଜ୍ୟ ସରକାର। ଓରସାକ୍‌ ଜରିଆରେ ପ୍ରଥମେ ସାଟେଲାଇଟ ଜରିଆରେ ସର୍ଭେ କରାଯିବ। ଉପାନ୍ତ ଅଞ୍ଚଳରେ ଥିବା ଗାଁକୁ କିଭଳି […]

remot ariea

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 08:59 PM IST

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡା ଓ କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗାଁର ବାସ୍ତବ ଚିତ୍ର ପଦାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର। ବିଶେଷ କରି ପାହାଡିଆ ଓ ଦୁର୍ଗମ ଅଞ୍ଚଳରେ ଥିବା କେଉଁ ସବୁ ଗାଁକୁ ଗମନାଗମନ ସୁବିଧା ନାହିଁ ସେନେଇ ଏକ ସର୍ଭେ କରାଯିବ। ଏଥିପାଇଁ ରିମୋଟ ଏରିଆ ମନିଟରିଂ ସିଷ୍ଟମ ଆରମ୍ଭ କରିବେ ରାଜ୍ୟ ସରକାର।

ଓରସାକ୍‌ ଜରିଆରେ ପ୍ରଥମେ ସାଟେଲାଇଟ ଜରିଆରେ ସର୍ଭେ କରାଯିବ। ଉପାନ୍ତ ଅଞ୍ଚଳରେ ଥିବା ଗାଁକୁ କିଭଳି ରାସ୍ତା ରହିଛି ସେନେଇ ତଥ୍ୟ ସଂଗ୍ରହ କରିବା ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହାୟତାରେ ରାଜ୍ୟ ସରକାର ପଦକ୍ଷେପ ନେବେ। ସର୍ଭେ ଅନୁସାରେ ଅପହଞ୍ଚ ଗାଁଗୁଡିକୁ ରାସ୍ତା ନିର୍ମାଣ କରିବା ନେଇ  ସରକାର ପ୍ରଥମେ ପଦକ୍ଷେପ ଗ୍ରହଣ କରିବେ।

 ରିମୋଟ ଏରିଆ ମନିଟରିଂ ସିଷ୍ଟମ ଆରମ୍ଭ କରିବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ରାଜ୍ୟରେ ରିମୋଟ ଏରିଆ ମନିଟରିଂ ସିଷ୍ଟମ ବିକାଶ କରାଯାଉଛି। ଏହାଦ୍ୱାରା ଯେଉଁ ଗାଁଗୁଡିକୁ ରାସ୍ତା ନାହିଁ ସେସବୁ ଗାଁକୁ ଆମେ ଚିହ୍ନଟ କରି ପାରିବୁ। ସେହି ଗାଁକୁ ଯୋଗାଯୋଗ କିପରି କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଓରସାକ୍‌ ଜରିଆରେ ଆମେ ସେହି ଗାଁ ଗୁଡିକୁ ମ୍ୟାପିଂ କରି ଚିହ୍ନଟ କରିବୁ।”

Related story