ରେଞ୍ଜଡା ସାଇଡିଂରେ ଖଣିଜପଥର ପୋତାଯିବା ଅଭିଯୋଗ ମିଥ୍ୟା ହୋଇଥିଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ଜୁଏଲ ଓରାମ

ଭୁବନେଶ୍ୱର: ରେଞ୍ଜଡା ସାଇଡିଂରେ ଖଣିଜପଥର ପୋତାଯିବା ଘଟଣାକୁ ନେଇ ବିବାଦ ଦେଖା ଦେଇଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଓରାମ କହିଛନ୍ତି ଖଣିଜପଥର ପୋତାଯାଇଥିବା ଅଭିଯୋଗ ଯଦି ମିଥ୍ୟା ହୋଇଥିବ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଓରାମ କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖି କୋଇଡା ରେଞ୍ଜଡ଼ା ରେଲୱେ ସାଇଡ଼ିଂରେ ପୋତା ହୋଇଥିବା ବହୁ କୋଟି ଟଙ୍କ।ର ବେଆଇନ୍ ଖଣିଜ ପଦାର୍ଥର […]

jual

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 09:20 AM IST

ଭୁବନେଶ୍ୱର: ରେଞ୍ଜଡା ସାଇଡିଂରେ ଖଣିଜପଥର ପୋତାଯିବା ଘଟଣାକୁ ନେଇ ବିବାଦ ଦେଖା ଦେଇଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଓରାମ କହିଛନ୍ତି ଖଣିଜପଥର ପୋତାଯାଇଥିବା ଅଭିଯୋଗ ଯଦି ମିଥ୍ୟା ହୋଇଥିବ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଓରାମ କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖି କୋଇଡା ରେଞ୍ଜଡ଼ା ରେଲୱେ ସାଇଡ଼ିଂରେ ପୋତା ହୋଇଥିବା ବହୁ କୋଟି ଟଙ୍କ।ର ବେଆଇନ୍ ଖଣିଜ ପଦାର୍ଥର ତଦନ୍ତ ପାଇଁ ଚିଠି କରିଥିଲେ । ଆଜି ଘଟଣାସ୍ଥଳରେ ରାଜ୍ୟ ଖଣି ବିଭାଗ ଟାସ୍କଫୋର୍ସ ସ୍ୱାର୍ଡର ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳ ରେଞ୍ଜଡ଼ା ରେଲୱେ ସାଇଡ଼ିଂରେ ଖଣିଜପଦାର୍ଥ ପୋତା ଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଓରାମ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି କରିବା ସହ ଏହାର ତଦନ୍ତ ପାଇଁ ଆଇବିଏମ୍ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇବାକୁ ନିବେଦନ କରିଥିଲେ । ଏହି ବେଆଇନ୍ ଖଣିଜ ପଦାର୍ଥର ବର୍ତ୍ତମାନର ବଜାର ଦର ଶହେରୁ ଅଧିକ କୋଟି ଟଙ୍କ। ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ । ସେପଟେ ଖଣିଜପଦାର୍ଥ ଗଚ୍ଛିତ ଥିବା ଅଭିଯୋଗ ନେଇ ଜିଲ୍ଲାପାଳ କହିଥିଲେ ବୁଧବାର ମିଳିତ ଭାବରେ ଏହାର ଅନୁସନ୍ଧାନ କରାଯାଇଛି। ଏଥିରେ ସମ୍ପୃକ୍ତ ଖଣି ମାଫିଆଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story