ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। ୫ ବରିଷ୍ଠ ଆଇଏଏସ୍‌ ଓ ଜଣେ ବରିଷ୍ଠ ଓଏଏସ୍‌ଙ୍କ ମଧ୍ୟରେ ଏହି ଅଦଳବଦଳ ହୋଇଛି। ପରେମଶ୍ୱରନ୍‌. ବି.ଙ୍କୁ ମେଡିକାଲ କର୍ପୋରେସନ ଏମଡି ଏବଂ ମାସନୀ ନିମ୍ଭଲଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସୁଧାଂଶୁ ମୋହନ ସାମଲଙ୍କୁ ଗଜପତି ଜିଲ୍ଲାପାଳ ଓ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଝାରସୁଗୁଡା ଜିଲ୍ଲାପାଳ କରାଯାଇଛି। ହରିବହ୍ଲଭ ମିଶ୍ରଙ୍କୁ ଲ୍ୟାଣ୍ଡ […]

secretariat

Rakesh Mallick
  • Published: Saturday, 27 February 2016
  • , Updated: 27 February 2016, 05:16 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। ୫ ବରିଷ୍ଠ ଆଇଏଏସ୍‌ ଓ ଜଣେ ବରିଷ୍ଠ ଓଏଏସ୍‌ଙ୍କ ମଧ୍ୟରେ ଏହି ଅଦଳବଦଳ ହୋଇଛି। ପରେମଶ୍ୱରନ୍‌. ବି.ଙ୍କୁ ମେଡିକାଲ କର୍ପୋରେସନ ଏମଡି ଏବଂ ମାସନୀ ନିମ୍ଭଲଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ସୁଧାଂଶୁ ମୋହନ ସାମଲଙ୍କୁ ଗଜପତି ଜିଲ୍ଲାପାଳ ଓ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଝାରସୁଗୁଡା ଜିଲ୍ଲାପାଳ କରାଯାଇଛି। ହରିବହ୍ଲଭ ମିଶ୍ରଙ୍କୁ ଲ୍ୟାଣ୍ଡ ରେକର୍ଡ ଓ ସେଟେଲମେଣ୍ଟର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଦେବେନ୍ଦ୍ର ମହାପାତ୍ରଙ୍କୁ ଇଷ୍ଟେଟ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।

 

Related story