ନର୍ଲାରେ ସ୍ପିଲ୍ ୱେ ଭୁଶୁଡ଼ିବା ଘଟଣାରେ ୨ ଗିରଫ

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି  ଜିଲ୍ଲା ନର୍ଲା ବ୍ଲକ୍ କୁଟିଙ୍ଗପଦରଠାରେ ଥିବା ରେତ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଛାତ ଭୁଶୁଡ଼ିବା ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପ୍ରକଳ୍ପର ସାଇଟ୍ ଇନଚାର୍ଜ ଦୁଃଶାସନ ନାୟକ ଓ ସାଇଟ୍ ଇଞ୍ଜିନିୟର ଉପେନ୍ଦ୍ର ମହାପାତ୍ର। ଦୁର୍ଘଟଣା କିପରି ଘଟିଲା ତା’ର ତଦନ୍ତ ଲାଗି କଳାହାଣ୍ଡି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପିଡି ଡିଆରଡିଏଙ୍କ ନେତୃତ୍ୱରେ ୩ ଜଣିଆ ଟେକ୍ନିକାଲ କମିଟିକୁ ଏହି ଦାୟିତ୍ୱ ଦିଆଯାଇଛି। କମିଟିରେ ନିର୍ମାଣ ମୁଖ୍ୟ ଯନ୍ତ୍ରୀ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 09:53 AM IST

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି  ଜିଲ୍ଲା ନର୍ଲା ବ୍ଲକ୍ କୁଟିଙ୍ଗପଦରଠାରେ ଥିବା ରେତ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଛାତ ଭୁଶୁଡ଼ିବା ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପ୍ରକଳ୍ପର ସାଇଟ୍ ଇନଚାର୍ଜ ଦୁଃଶାସନ ନାୟକ ଓ ସାଇଟ୍ ଇଞ୍ଜିନିୟର ଉପେନ୍ଦ୍ର ମହାପାତ୍ର।

ଦୁର୍ଘଟଣା କିପରି ଘଟିଲା ତା’ର ତଦନ୍ତ ଲାଗି କଳାହାଣ୍ଡି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପିଡି ଡିଆରଡିଏଙ୍କ ନେତୃତ୍ୱରେ ୩ ଜଣିଆ ଟେକ୍ନିକାଲ କମିଟିକୁ ଏହି ଦାୟିତ୍ୱ ଦିଆଯାଇଛି। କମିଟିରେ ନିର୍ମାଣ ମୁଖ୍ୟ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ସାମିଲ କରାଯାଇଛି।

ଗତକାଲି ନର୍ଲା କୁଟିଙ୍ଗପଦରଠାରେ ଥିବା  ନିର୍ମାଣାଧୀନ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୧୦୦ ଫୁଟ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସାଇଡ୍ ଇନଚାର୍ଜ ଓ ଜଣେ ଇଞ୍ଜିନିୟର ଫେରାର ହୋଇଯାଇଥିଲେ।

 

Related story