ପେଜ ଫୋପାଡ଼ି ଦେଉଛନ୍ତି କି? ଏହାର ଫାଇଦା ଜାଣିଲେ ଆଉ ଫିଙ୍ଗିବେ ନାହିଁ

ଆପଣ ପେଜ ପିଅନ୍ତି ନା ନାହିଁ? ଯଦି ପିଅନ୍ତି ନି ତା’ହେଲେ ବେଳେ ବେଳେ ଅବଶ୍ୟ ପିଅନ୍ତୁ। କାରଣ ଏଥିରେ ପ୍ରୋଟିନ୍‌, ଭିଟାମିନ୍‌ ଓ ଆଣ୍ଟି-ଅକ୍ସିଡେଣ୍ଟର ମାତ୍ରା ପ୍ରଚୁର ପରିମାଣରେ ରହିଛି। ଆସନ୍ତୁ ଜାଣିବା ପେଜ ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ପେଜ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ସକାଳ ସମୟରେ ପେଜ ପିଇବା ଶରୀର ପାଇଁ  ଭଲ। ଫାଇବରରେ ଭରପୂର ଥିବା ପେଜ ପିଇବା ଦ୍ୱାରା ହଜମ କ୍ରିୟା ଠିକ୍‌ […]

Rice-Water-for-Skin-e1495914353211

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 12:34 PM IST

ଆପଣ ପେଜ ପିଅନ୍ତି ନା ନାହିଁ? ଯଦି ପିଅନ୍ତି ନି ତା’ହେଲେ ବେଳେ ବେଳେ ଅବଶ୍ୟ ପିଅନ୍ତୁ। କାରଣ ଏଥିରେ ପ୍ରୋଟିନ୍‌, ଭିଟାମିନ୍‌ ଓ ଆଣ୍ଟି-ଅକ୍ସିଡେଣ୍ଟର ମାତ୍ରା ପ୍ରଚୁର ପରିମାଣରେ ରହିଛି। ଆସନ୍ତୁ ଜାଣିବା ପେଜ ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

  • ପେଜ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ସକାଳ ସମୟରେ ପେଜ ପିଇବା ଶରୀର ପାଇଁ  ଭଲ।
  • ଫାଇବରରେ ଭରପୂର ଥିବା ପେଜ ପିଇବା ଦ୍ୱାରା ହଜମ କ୍ରିୟା ଠିକ୍‌ ରହେ।
  • ନିୟମିତ ପେଜ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
  • ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ଅଛି, ତା’ହେଲେ ନିୟମିତ ପେଜ ପିଅନ୍ତୁ। ଏଥିରେ ସୋଡିୟମ୍‌ର ମାତ୍ରା କମ୍‌ ଥିବାରୁ ଏହା ରକ୍ତଚାପକୁ ସାମାନ୍ୟ ରଖେ।
  • ଶରୀରରେ ପାଣି ଅଭାବରୁ ଡିହାଇଡ୍ରେସନ୍‌ ହୋଇଥାଏ। ଖାସ୍‌ କରି ଖରାଦିନେ ଏହି ସମସ୍ୟା ଅଧିକ ଦେଖାଦିଏ। ପେଜ ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂର ହୋଇଥାଏ।

 

 

Related story