ଟ୍ୟାଙ୍କର-ବସ୍‌ ମୁହାଁମୁହିଁ ଧକ୍କା: ୩ ମୃତ, ୧୯ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ପାଖ ସାରୁଅ ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ତେଲ ଟ୍ୟାଙ୍କର ଓ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ପହଞ୍ଚିବା ପରେ ଆଉ ୨ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 09:08 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ସହର ପାଖ ସାରୁଅ ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ତେଲ ଟ୍ୟାଙ୍କର ଓ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ପହଞ୍ଚିବା ପରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି।

ବସ୍‌ଟି ଭୁବନେଶ୍ୱରରୁ ବାଙ୍କି ଯାଉଥିବା ବେଳେ ସାରୁଅ ନିକଟରେ ବିପରୀତ ଦିଗରୁ ଆସୁଥିବା ତେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Related story