ରାଉରକେଲା: ହାତୀପଲ ଘଉଡ଼ାଇବାକୁ ନେଇ ସୁରକ୍ଷା କର୍ମୀ-ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ

ରାଉରକେଲା: ବନ୍ଧମୁଣ୍ଡା ଅଞ୍ଚଳକୁ ପଶି ଆସିଥିବା ହାତୀପଲକୁ ଘଇଡାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହାତୀ ଘଉଡାଇବା ବେଳେ ବନବିଭାଗ କର୍ମଚାରୀ ଓ ପୋଲିସ ସହ ସ୍ଥାନୀୟ ଗ୍ରାମବାସୀଙ୍କ ସଂଘର୍ଷ ଘଟିଛି। ଏଥିରେ ବନ୍ଧମୁଣ୍ଡା ଥାନା ଏଏସଆଇ, ବନ ବିଭାଗର ୨ଜଣ କର୍ମଚାରୀ ଏବଂ ୧୦ଜଣ ସାଧାରଣ ଲୋକେ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ୪ ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି। ଗତକାଲି ଏନଆଇଟି ନିକଟରେ ରାଉରକେଲାକୁ ୮ଟି ହାତୀ ଥିବା ଏକ […]

rourkela

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 11:44 AM IST

ରାଉରକେଲା: ବନ୍ଧମୁଣ୍ଡା ଅଞ୍ଚଳକୁ ପଶି ଆସିଥିବା ହାତୀପଲକୁ ଘଇଡାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହାତୀ ଘଉଡାଇବା ବେଳେ ବନବିଭାଗ କର୍ମଚାରୀ ଓ ପୋଲିସ ସହ ସ୍ଥାନୀୟ ଗ୍ରାମବାସୀଙ୍କ ସଂଘର୍ଷ ଘଟିଛି। ଏଥିରେ ବନ୍ଧମୁଣ୍ଡା ଥାନା ଏଏସଆଇ, ବନ ବିଭାଗର ୨ଜଣ କର୍ମଚାରୀ ଏବଂ ୧୦ଜଣ ସାଧାରଣ ଲୋକେ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ୪ ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି।

ଗତକାଲି ଏନଆଇଟି ନିକଟରେ ରାଉରକେଲାକୁ ୮ଟି ହାତୀ ଥିବା ଏକ ଦଳ ପଶି ଆସିଥିଲେ । ଏହାକୁ ଘଉଡାଇବାକୁ ବନ କର୍ମଚାରୀ ଓ ପୋଲିସ ଉଦ୍ୟମ କରୁଥିଲେ । ରାତି ପ୍ରାୟ ୧୨ଟାରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ହାତୀପଲକୁ ଘେରି ଯାଇଥିଲେ। ଉଭୟ ପଟରୁ ହାତୀ ଘଉଡାଇବାକୁ ଉଦ୍ୟମ କରାଯିବାରୁ ହାତୀପଲ ଯାଇ ନ ପାରି ଗୋଟିଏ ଜାଗାରେ ଅଟକି ଯାଇଥିଲେ । ଏହାକୁ ନେଇ ପୋଲିସ ଓ ବନ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକଙ୍କ ଗଣ୍ଡଗୋଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପକ୍ଷେ ହାତୀପଲ ସେଠାରେ ଅଟକି ରହିଛନ୍ତି । ରାତି ହେଲା ପୁଣି ହାତୀ ଘଉଡା ଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Related story