ସାଧାରଣ ବଜେଟ୍‌ରେ ୨୧ ଲକ୍ଷ ୪୬ ହଜାର ୭୩୫ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ମୋଟ ୨୧ ଲକ୍ଷ ୪୬ ହଜାର ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କଳାଧନ ଉପରେ ରୋକ ଓ ରାଜନୈତିକ ଦଳ ଗୁଡିକ ନେଉଥିବା ଦାନକୁ ସ୍ୱଚ୍ଛ କରିବାକୁ ଜେଟଲୀ ପ୍ରୟାସ କରିଛନ୍ତି। ଏହାସହ ଭିତ୍ତିଭୁମୀ ଓ ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜସ୍ୱ ନିଅଣ୍ଟ ୧.୯ ପ୍ରତିଶତ ଆକଳନ କରାଯାଇଥିବା ବେଳେ ବିତ୍ତୀୟ ନିଅଣ୍ଟ […]

jaitley

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 07:42 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ମୋଟ ୨୧ ଲକ୍ଷ ୪୬ ହଜାର ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କଳାଧନ ଉପରେ ରୋକ ଓ ରାଜନୈତିକ ଦଳ ଗୁଡିକ ନେଉଥିବା ଦାନକୁ ସ୍ୱଚ୍ଛ କରିବାକୁ ଜେଟଲୀ ପ୍ରୟାସ କରିଛନ୍ତି। ଏହାସହ ଭିତ୍ତିଭୁମୀ ଓ ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।

ରାଜସ୍ୱ ନିଅଣ୍ଟ ୧.୯ ପ୍ରତିଶତ ଆକଳନ କରାଯାଇଥିବା ବେଳେ ବିତ୍ତୀୟ ନିଅଣ୍ଟ ୩.୨ ରହିବ ବୋଲି ଆକଳନ କରାଯାଇଛି।

ରାଜନୈତକ ଦଳ ଦାନ ନେବା ଉପରେ ଅଙ୍କୁଶ ଲଗାଯାଇଛି। ରାଜନୈତିକ ଦଳ ଦାନ ଆକାରରେ ସର୍ବାଧିକ ୨୦୦୦ ଟଙ୍କା ଚେକ୍‌ ଓ ଡିଜିଟାଲ ପେମେଣ୍ଟ ଆକାରରେ ନେଇପାରିବେ। ୩ ଲକ୍ଷରୁ ଅଧିକ ନଗଦ କାରବାର ଉପରେ କେନ୍ଦ୍ର ସରକାର ରୋକ ଲଗାଛନ୍ତି।

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ରାଜନୈତିକ ଦଳ ପାଉଥିବା ଦାନକୁ ନେଇ ଯେଉଁ ଘୋଷଣା କରାଯାଇଛି ତହା ଐତିହାସିକ। ଗତ ୫ରୁ ୭ ବର୍ଷ ହେଲା ମୁଁ ଏହା ଉପରେ ବହୁତ କହିଛି ଓ ଲେଖିଛି ମଧ୍ୟ। ଏହାକୁ ମୁଁ ସ୍ୱାଗତ କରୁଛି।”

ଭିତ୍ତିଭୂମୀ ବିକାଶ ଉପରେ ଗୁରୁତ୍ୱ

- ଭିତ୍ତିଭୂମୀ ବିକାଶ ପାଇଁ ୩ ଲକ୍ଷ ୯୬ ହଜାର ୧୩୫ କୋଟି ଟଙ୍କା ବ୍ୟୟ ବରାଦ

- ଜାତୀୟ ରାଜପଥ ଓ ସଡ଼କ ନିର୍ମାଣ ପାଇଁଖର୍ଚ୍ଚ ହେବ ୬୪ କୋଟି ଟଙ୍କା

- ମନରେଗା ଯୋଜନାରେ ୨୭,୦୦୦ କୋଟି ଟଙ୍କା ବ୍ୟୟ ବରାଦ

- ୨୦୧୮ ମେ ୧ ତାରିଖ ସୁଦ୍ଧା ସବୁ ଗାଁକୁ ବିଜୁଳି ଆଲୁଅ

- ୨୦୧୯ ସୁଦ୍ଧା ୧ କୋଟି ପରିବାରଙ୍କୁ ପକ୍କା ଘର ପ୍ରତିଶ୍ରୁତି

- ଦେଶର ୬୦୦ ଜିଲ୍ଲାରେ ଖୋଲିବ ପ୍ରଧାନମନ୍ତ୍ରୀ ଦକ୍ଷତା କେନ୍ଦ୍ର

- ଗ୍ରାମ୍ୟ ଜ୍ୟୋତି ଯୋଜନା ପାଇଁ ୪,୮୪୮ କୋଟି ଟଙ୍କା ବ୍ୟୟ ବରାଦ

- ମହିଳା ଓ ଶିଶୁଙ୍କ ବିକାଶ ପାଇଁ ୧ ଲକ୍ଷ ୮୪ ହଜାର ୬୩୨ କୋଟି ଟଙ୍କା ବ୍ୟୟ ବରାଦ

- ମହିଳା ଶକ୍ତି କେନ୍ଦ୍ର ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ

- ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେବ ୨ ଲକ୍ଷ ୭୪ ହଜାର ୧୧୪ କୋଟି ଟଙ୍କା

ଉଚ୍ଚଶିକ୍ଷା ପରୀକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଓ ସଂସ୍କାର ପାଇଁ ଉଦ୍ୟମ

- ଉଚ୍ଚଶିକ୍ଷା ପରୀକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଓ ସଂସ୍କାର ପାଇଁ ଗଠନ ହେବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ

- ଝାଡ଼ଖଣ୍ଡ ଓ ଗୁଜରାଟରେ ଖୋଲିବ ଆଇଆଇଏମ୍‌

ରୋଗମୁକ୍ତ ଭାରତ ଗଠନ ଲକ୍ଷ୍ୟ

- ୨୦୧୭ ସୁଦ୍ଧା କଳାଜ୍ୱର ଓ ଫ୍ଲୁରୋସିସ୍‌ ମୁକ୍ତ ପାଇଁ ଯୋଜନା

- ୨୦୨୫  ସୁଦ୍ଧା ଟିବି ମୁକ୍ତ ଭାରତ ପାଇଁ ଲକ୍ଷ୍ୟ

ଆୟକରଦାତାଙ୍କୁ ଆଶ୍ୱସ୍ତି

- ୨.୫ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ବାର୍ଷିକ ଆୟ ଉପରେ ସୁଧହାର ୧୦ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ

- ୫୦ ଲକ୍ଷରୁ ୧ କୋଟି ଆୟ ଉପରେ ୧୦ ପ୍ରତିଶତ ସରଚାର୍ଜ

- ୧ କୋଟିରୁ ଅଧିକ ଆୟ ଉପରେ ୧୫ ପ୍ରତିଶତ ସରଚାର୍ଜ

କୃଷି ଓ କୃଷକଙ୍କ ଉପରେ ଫୋକସ୍‌

- କୃଷି ଅଭିବୃଦ୍ଧି ହାର ୪.୧ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ

- କୃଷି କ୍ଷେତ୍ର ପାଇଁ ୧୦ ଲକ୍ଷ କୋଟି ଟଙ୍କାର ଋଣ ବ୍ୟବସ୍ଥା

- ଫସଲ ବୀମା ଯୋଜନା ୩୦ରୁ ୪୦ ପ୍ରତିଶତକୁ ବୃଦ୍ଧି

- ନାବାର୍ଡ ସହଯୋଗରେ ୫୦୦୦ କୋଟିର ସ୍ୱତନ୍ତ୍ର ମାଇକ୍ରୋ ସିଞ୍ଚନ ପାଣ୍ଠି ଗଠନ

- କୃଷିଜାତ ସାମଗ୍ରୀର ପ୍ୟାକେଜିଂ ପାଇଁ ୭୫ ଲକ୍ଷ ପର୍ଯ୍ୟନ୍ତ ସହାୟତା ମିଳିବ

କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ

- MSME କ୍ଷେତ୍ରରେ ବାର୍ଷିକ ୫୦ ଲକ୍ଷ ଟଙ୍କାରୁ କମ ନିବେଶକାରୀଙ୍କ ଉପରେ କର୍ପୋରେଟ ଟ୍ୟାକ୍ସ ୩୦ରୁ ୨୫ ପ୍ରତିଶତକୁ ହ୍ରାସ

ବିଲଡର୍ସଙ୍କୁ ଆଶ୍ୱସ୍ତି

- ଗୃହ ନିର୍ମାଣ କ୍ଷେତ୍ରରେ ଟିକସ୍‌ ରିହାତି

- ଗୃହ ନିର୍ମାଣର ଏକ ବର୍ଷ ପରେ ବିଲଡର୍ସଙ୍କ ଉପରେ ଲାଗୁ ହେବ ଟ୍ୟାକ୍ସ

Related story